କନକ ନ୍ୟୁଜ: ରାଉରକେଲାରେ ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ଖଣ୍ଡଯୁଦ୍ଧ । ଡୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଜଣେ ମୃତ ଏବଂ ଅତିରିକ୍ତ ତହସିଲଦାରଙ୍କ ସମେତ ୬ଜଣ ଆହତ ହୋଇଛନ୍ତି । ବନ୍ଧମୁଣ୍ଡାରେ ପ୍ରବଳ ଉତ୍ତେଜନା ଲାଗିରହିଛି ।
ବସ୍ତି ବାସିନ୍ଦାଙ୍କ ଢେଲା ଓ ତୀର ମାଡ଼ରେ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକଙ୍କ ସମେତ ୬ଜଣ ପୋଲିସ ଆହତ ହୋଇଛନ୍ତି। ଜେସିବି ଧକ୍କାରେ ବରକାନିର ଏତୋ ଏକ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆହତ ଏଏସଆଇ ରାଜେନ୍ଦ୍ର ସାହୁ, ସରୋଜ କୁମାର ମୁଦୁଲିଙ୍କ ସମେତ ମନୋରଞ୍ଜନ ଦାସ, ରାକେଶ ମହାରଣା ଓ ଜେସିବି ଅପରେଟର ସାମୱେଲ ମାସି ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି। ନୂଆ ରେଳ ଲାଇନ ପ୍ରକଳ୍ପକୁ ବିରୋଧରେ ଏକ ମାସ ହେଲା