କଳାହାଣ୍ଡି ମିଲର୍ସ ଓ ଏଫ.ସି,ଆଇ କର୍ତ୍ତୃପକ୍ଷକଙ୍କ ମଧ୍ୟରେ ବିବାଦ, ଚାଉଳ ଟ୍ରକ୍ ପିଛା ୬ ହଜାର ଟଙ୍କା ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆଣିଲେ ମିଲର

ମିଲରଙ୍କଠୁ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରମିକ ମାନେ । ରାଜ୍ୟ ଓ କେନ୍ଦ୍ର ପଣ୍ୟଗାର ଗୋଦାମରେ କାର୍ଯ୍ୟ  କରୁଥିବା ଶହ ଶହ ଶ୍ରମିକଙ୍କ ଅଭିଯୋଗ, ଟିଟିଲାଗଡ ଏଫ.ସି.ଆଇ ଡିଏମ୍ ଟ୍ରକ ପିଛା ୬ ହଜାର ୫୦୦ ଟଙ୍କା ଲାଞ୍ଚ ମାଗୁଛନ୍ତି  । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦାୟିତ୍ବରେ ଥିବା ଏଫସିଆଇ ଅଧିକାରୀ ।  

19

କନକ ବ୍ୟୁରୋ :  କଳାହାଣ୍ଡି ଜିଲ୍ଲାରେ ମିଲର୍ସ ଏବଂ ଏଫ.ସି.ଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ । ଏଫସିଆଇ କର୍ତ୍ତୃପକ୍ଷ ଲାଞ୍ଚ ମାଗୁଥିବା ସିଧାସଳଖ ଅଭିଯୋଗ କରିଛନ୍ତି ମିଲର୍ସ । ଯାହାକୁ ନେଇ ବିବାଦ ପରେ ଆଜି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ଡାକି ଏକ ବୈଠକ କରିଛି । 

କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପଟେ ଧାନର ଅଭାବ ବିକ୍ରିକୁ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଆରପଟେ ମିଲର୍ସ ଓ  ଏଫ.ସି. ଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଓଭରଲୋଡିଙ୍ଗକୁ ନେଇ ବିବାଦ । ବାହାରକୁ ଚାଉଳ ରେକ୍‌ ପିଛା ୧୫ ହଜାର ଲେଖାଏଁ ନଦେବାରୁ ଓଭରଲୋଡିଙ୍ଗ ହେବ ନାହିଁ ବୋଲି ଟିଟିଲାଗଡ ଡିଏମ୍ ଚିଠି କରିବାରୁ ସୃଷ୍ଟି ହୋଇଛି ବିବାଦ । ଏଫସିଆଇ କର୍ତ୍ତୃପକ୍ଷ ଟ୍ରକ ପିଛା ୬ ହଜାର ୫ ଶହ ଟଙ୍କା ଲାଞ୍ଚ ମାଗୁଥବା ମିଲର ମାନେ ସିଧାସଳଖ ଅଭିଯୋଗ ଆଣିଛନ୍ତି । 

ମିଲରଙ୍କଠୁ ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରମିକ ମାନେ । ରାଜ୍ୟ ଓ କେନ୍ଦ୍ର ପଣ୍ୟଗାର ଗୋଦାମରେ କାର୍ଯ୍ୟ  କରୁଥିବା ଶହ ଶହ ଶ୍ରମିକଙ୍କ ଅଭିଯୋଗ, ଟିଟିଲାଗଡ ଏଫ.ସି.ଆଇ ଡିଏମ୍ ଟ୍ରକ ପିଛା ୬ ହଜାର ୫୦୦ ଟଙ୍କା ଲାଞ୍ଚ ମାଗୁଛନ୍ତି  । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦାୟିତ୍ବରେ ଥିବା ଏଫସିଆଇ ଅଧିକାରୀ ।  

କଳାହାଣ୍ଡି ଜିଲ୍ଲାରେ ଗତ ଖରିଫର ୬ ଲକ୍ଷ କୁଇଣ୍ଟାଲ ଚାଉଳ ସଂଗ୍ରହ ନହୋଇ ମିଲର ପାଖରେ ପଡିରହିଛି । ଏପରି ସ୍ଥିତିରେ ଆସନ୍ତା ଖରିଫ ଧାନ କିଣା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe