କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କିଏ ହେବେ । ଏନେଇ ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ସୁପାରିଶ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଏନେଇ ଚିଠି ଲେଖିଛନ୍ତି । ଜଷ୍ଟିସ ସଂଜୀବ ଖାନ୍ନା ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ।
ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜଷ୍ଟିସ ଚନ୍ଦ୍ରଚୁଡ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାମ ସୁପାରିଶ କରିଛନ୍ତି । ଯଦି ଏହା ହୁଏ ତେବେ ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟର ୫୧ ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ମାତ୍ର ୬ ମାସ ରହିବ । ସେ ୨୦୨୫ ମେ’୧୩ ତାରିଖରେ ଅବସର ନେବେ । ସେପଟେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ନଭେମ୍ବର ୧୦ ତାରିଖରେ ଅବସର ନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/17/cSNUtVm4MSyXLTuXY6Mh.jpg)