କନକ ବ୍ୟୁରୋ: ପାକିସ୍ତାନର ସିନ୍ଧ ପ୍ରଦେଶର ବାଲୋଚି ଓ ଲୋକଙ୍କ ବିଦ୍ରୋହ ପୁଣି ଥରେ ରକ୍ତାକ୍ତ ରୂପ ନେଇଛି। ଏହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ପାକିସ୍ତାନ ଏବେ ଖଣ୍ଡ ଖଣ୍ଡ ହୋଇଯିବ କି? ବେଲୁଚିସ୍ତାନ ଓ ସିନ୍ଧ ପ୍ରଦେଶର ଲୋକମାନେ କ'ଣ ପାକିସ୍ତାନର କବଳରୁ ବାହାରି ସ୍ୱାଧୀନତାର ନିଶ୍ୱାସ ନେଇପାରିବେ? ଏହା ସହ ସିନ୍ଧ, ବଲୋଚ ଓ ପଞ୍ଜାବ ମଧ୍ୟରେ ଝଗଡ଼ାର କାରଣ କ'ଣ ଜାଣନ୍ତୁ। ଧାର୍ମିକ ସ୍ଥିତିକୁ ନେଇ ଫସି ରହିଥିବା ପାକିସ୍ତାନର ବିଭିନ୍ନ ପ୍ରଦେଶରେ ବିଦ୍ରୋହର ନିଆଁ ତୀବ୍ର ହେବାରେ ଲାଗିଛି। ବେଲୁଚିସ୍ତାନରୁ ସିନ୍ଧ ପର୍ୟ୍ୟନ୍ତ ପାକିସ୍ତାନ ବିଭାଜନର ରୂପରେଖ ସ୍ଥିର ହୋଇଛି। ସ୍ୱାଧୀନ ବେଲୁଚିସ୍ତାନ ଦାବି କରି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଆକବର ବୁଗତିଙ୍କ ଶ୍ରାଦ୍ଧ ବାର୍ଷିକୀରେ ବେଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନରେ ଆତଙ୍କ ଖେଳାଇଛି। ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ରକ୍ତାକ୍ତ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗତ ଦୁଇ ଦଶନ୍ଧି ଧରି ବେଲୁଚିସ୍ତାନ ଏକ ହିଂସାତ୍ମକ ବିଦ୍ରୋହର କବଳରେ ରହିଛି। ବେଲୁଚିସ୍ତାନର ପ୍ରତ୍ୟେକ ଗଳି ଓ ପ୍ରତ୍ୟେକ ଛକରେ ଶେହବାଜ ସରିଫଙ୍କ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି। ପାକିସ୍ତାନୀ ସେନାର ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି ଯବାନମାନେ ବନ୍ଧୁକ ଉଠାଇ ସାରିଛନ୍ତି। ଏବେ ଏହି ବିଦ୍ରୋହ ପୁଣି ରକ୍ତାକ୍ତ ରୂପ ନେଇଛି। ଏହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଅର୍ଥାତ୍ ପାକିସ୍ତାନ ଖଣ୍ଡବିଖଣ୍ଡିତ ହେବାକୁ ବାଧ୍ୟ। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ପାକିସ୍ତାନ ଏବେ ଖଣ୍ଡ ଖଣ୍ଡ ହୋଇଯିବ କି?
ରକ୍ତାକ୍ତ ଯୁଦ୍ଧରେ ଫସିଲା ପାକିସ୍ତାନର ବିଭିନ୍ନ ପ୍ରଦେଶ
ପାକିସ୍ତାନର ବେଲୁଚିସ୍ତାନ ଲିବରେସନ ଆର୍ମି ପାକିସ୍ତାନର ବେଲୁଚିସ୍ତାନ ଲିବରେସନ ଆର୍ମି ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛି। ଦୀର୍ଘଦିନ ଧରି ଧର୍ମ ଓ ଜାତି ଆଧାରରେ ଜଳୁଥୁବା ପାକିସ୍ତାନର ବଲୋଚିମାନେ ଅସ୍ତ୍ରଶସ୍ତ୍ର ଉଠାଇ ରକ୍ତାକ୍ତ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପାକିସ୍ତାନର ପ୍ରାକୃତିକ ସମ୍ପଦ ମୁଖ୍ୟତଃ ସିନ୍ଧ ଓ ବେଲୁଚିସ୍ତାନ ଅଞ୍ଚଳରେ ରହିଛି। କିନ୍ତୁ ପଞ୍ଜାବ ପ୍ରଦେଶରେ ପାକିସ୍ତାନ ସରକାରଙ୍କ ଠାରୁ ଦେଶର ରାଜନୀତି ଉପରେ ସବୁଠାରୁ ଅଧିକ ଅର୍ଥ, ସୁବିଧା ଓ ନିୟନ୍ତ୍ରଣ ରହିଛି। ଏହାକୁ ବିରୋଧ କରି ବଲୋଚ, ସିନ୍ଧ ପ୍ରଦେଶରେ ଦୀର୍ଘ ଦିନ ଧରି ଲଢ଼େଇ ଚାଲିଛି। କିନ୍ତୁ ଏବେ ଏହି ସଂଘର୍ଷ ରକ୍ତାକ୍ତ ହୋଇପଡ଼ିଛି।
ବେଲୁଚିସ୍ତାନରେ ରକ୍ତାକ୍ତ ଯୁଦ୍ଧ
ପାକିସ୍ତାନରେ ପ୍ରତିଦିନ ଗୁଳିବିନିମୟ ଚାଲିଛି। ଲୋକଙ୍କ ରକ୍ତ ବହିବାରେ ଲାଗିଛି। ପ୍ରତିଦିନ ସେଠାକାର ପ୍ରଦେଶଗୁଡ଼ିକରେ ପାକିସ୍ତାନର ବିଭାଜନର ପ୍ରତିବାଦ ଶୁଣିବାକୁ ମିଳୁଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବଲୋଚ ଲିବରେସନ ଆର୍ମି ଯାତ୍ରୀମାନଙ୍କୁ ବସ୍ ରୁ ଓହ୍ଲାଇ ଗୁଳି କରି ହତ୍ୟା କରିଛି। ଏହି ହୃଦୟ ବିଦାରକ ଘଟଣା ଘଟିଛି ବେଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ । ସଶସ୍ତ୍ର ଦୁର୍ବୃତ୍ତମାନେ ରଶମ ଅଞ୍ଚଳରେ ଆନ୍ତଃରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଏହାପରେ ଯାତ୍ରୀମାନଙ୍କୁ ବସ୍ ରୁ ତଳକୁ ଓହ୍ଲାଇ ଦିଆଯାଇଥିଲା। ବଲୋଚ ଲିବରେସନ ଆର୍ମି ପ୍ରଥମେ ଯାତ୍ରୀଙ୍କ ପରିଚୟପତ୍ର ଦେଖିଥିଲା ଏବଂ ପରେ ଯାତ୍ରୀମାନଙ୍କୁ ଗୁଳି କରିଥିଲା। ମୃତକମାନେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ସଶସ୍ତ୍ର ଯବାନମାନେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।
ଅପରେସନ ହେରୋଫ୍ ପାକ୍ ଖଣ୍ଡ ଭାଙ୍ଗିବ
ବେଲୁଚିସ୍ତାନରେ ରକ୍ତାକ୍ତ ଯୁଦ୍ଧକୁ ନେଇ ପାକିସ୍ତାନକୁ ଖଣ୍ଡଖଣ୍ଡ କରିବାର ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ବେଲୁଚିସ୍ତାନରେ ରକ୍ତାକ୍ତ ଯୁଦ୍ଧର ଏହି ଘଟଣାକୁ ବେଲୁଚିସ୍ତାନ ଲିବରେସନ ଆର୍ମି ଅପରେସନ ହିରୋଫ୍ ଅଧୀନରେ କରିଥିଲା। ସମଗ୍ର ବେଲୁଚିସ୍ତାନରେ ଅପରେସନ୍ ହେରୋଫ୍ ଚାଲିଛି। ବିଏଲଏ ଦାବି କରିଛି ଯେ ଅପରେସନ୍ ହିରୋଫ୍ ଅଧୀନରେ ୬୨ ଜଣ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କୁ ନିହତ କରିଛି। ବିଏଲଏ ଏକ ବିବୃତି ଜାରି କରି କହିଛି ଯେ ନିହତ ପାକିସ୍ତାନୀ ସୁରକ୍ଷା କର୍ମୀମାନେ ସାଧାରଣ ପୋଷାକ ପିନ୍ଧି ବସରେ ଯାତ୍ରା କରୁଥିଲେ। ଏବଂ ସେଥିପାଇଁ ସେମାନଙ୍କୁ ଚିହ୍ନଟ କରାଯାଇ ହତ୍ୟା କରାଯାଇଛି। ବଲୋଚ ଏକ ରେଳ ପୋଲକୁ ମଧ୍ୟ ଉଡ଼ାଇ ଦେଇଥିଲା। କୁହାଯାଉଛି ଯେ ବଲୋଚମାନେ ନିଜ ନେତା ନବାବ ବୁଗଟିଙ୍କ ସ୍ମୃତିରେ ଏହି ଆକ୍ରମଣ କରିଥିଲେ।
ସିନ୍ଧ-ବଲୋଚ ଏବଂ ପଞ୍ଜାବ ମଧ୍ୟରେ ବିବାଦ କ'ଣ?
ପାକିସ୍ତାନର ସିନ୍ଧ ଅଞ୍ଚଳ ମଧ୍ୟ ବଲୋଚ ଏବଂ ପଶ୍ତୁନଙ୍କ ଭଳି ପାକିସ୍ତାନଠାରୁ ଅଲଗା ହେବାକୁ ଚାହୁଁଛି
ବେଲୁଚିସ୍ତାନ ଭଳି ସିନ୍ଧ ମଧ୍ୟ ପାକିସ୍ତାନର ସେହି ପ୍ରଦେଶ
ଯିଏ ଦୀର୍ଘ ଦିନ ଧରି ପାକିସ୍ତାନର ଅତ୍ୟାଚାରୀ ଶାସକଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଛି
ପାଖାପାଖି ପାଞ୍ଚ ଦଶନ୍ଧି ଧରି ସିନ୍ଧରେ ସ୍ୱାଧୀନତାର ସ୍ଲୋଗାନ ଗୁଞ୍ଜରିତ ହୋଇଛି
ଏହି ସ୍ୱରକୁ ପାକିସ୍ତାନର ଭୟଭୀତ ସେନା ବୁଟ ଓ ବନ୍ଧୁକ ଦେଖାଇ ଚୁପ୍ କରି ଦେଇଛି
କିନ୍ତୁ ଏବେ ଏହି ସ୍ୱର ଖୋଲାଖୋଲି ଭାବେ ଦୁନିଆ ପାଖରେ ପହଞ୍ଚୁଛି
ସିନ୍ଧ ପାକିସ୍ତାନର ସବୁଠାରୁ ଧନୀ ପ୍ରଦେଶ
ପାକିସ୍ତାନର ଆୟର ୭୦ ପ୍ରତିଶତ ସିନ୍ଧରୁ ଆସିଥାଏ
କିନ୍ତୁ ସିନ୍ଧିମାନଙ୍କର ଏହା ଉପରେ କୌଣସି ଅଧିକାର ନାହିଁ