କନକ ବ୍ୟୁରୋ : ସହରାଞ୍ଚଳ ହେବ ଗର୍ତ୍ତମୁକ୍ତ, ବନ୍ଦ ହେବ ମୁକୁଳା ଡ୍ରେନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହ ଓ ନଗରଉନ୍ନୟନ ବିଭାଗ ତତ୍ପରତା ଦେଖାଇଛି । ଗୃହ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମକୁ ଚିଠି ଲେଖି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସହରାଞ୍ଚଳର ରାସ୍ତା ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ଗର୍ତ୍ତ ମୁକ୍ତ କରିବାକୁ କହିଛନ୍ତି । ୪ ସପ୍ତାହ ଭିତରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲଖମା ଥିବା ରାସ୍ତା ଚିହ୍ନଟ କରି ମରାମତି କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ସମସ୍ତ ରାସ୍ତା ମରାମତି ଓ ମକୁଳା ଡ୍ରେନର ମରାମତି କାମ ହେବ । ଦୀର୍ଘସ୍ଥାୟୀ କାମ ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି ।
ମାର୍ଚ୍ଚ ୩୧ ୨୦୨୬ ସୁଦ୍ଧା ଗର୍ତ୍ତମୁକ୍ତ ହେବ ସହରାଞ୍ଚଳ ରାସ୍ତା, ବନ୍ଦ ହେବ ମୁକୁଳା ଡ୍ରେନ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗର ତତ୍ପରତା
ଗୃହ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମକୁ ଚିଠି ଲେଖି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।
/kanak/media/media_files/2025/09/05/2-2025-09-05-07-28-07.jpg)