କନକ ବ୍ୟୁରୋ : ଛିଡ଼ା ହୋଇଛନ୍ତି ଟ୍ରାଫିକ ପୁଲିସ । ସିଗନାଲ ବି ଜଳୁଛି । ତଥାପି ରଂଗ ରୁଟରେ ମାଡ଼ି ଯାଉଛି ବାଇକ । ଏ ଚିତ୍ର ବ୍ରହ୍ମପୁର କମାପଲି ଛକର । ଦିନ ହେଉ କି ସଞ୍ଜ, କିଛି ମାନୁ ନାହାନ୍ତି ଅମାନିଆ ଚାଳକ । କିଏ ରାସ୍ତା ଉପରେ ଗାଡ଼ି ଥୋଇଲାଣି ତ କିଏ ଅମାନିଆ ହୋଇ ଚଳେଇଲାଣି । ଫଳରେ ବହୁ ସମୟ ଧରି ଜାମରେ ଫସି ଯାଉଛନ୍ତି ଲୋକେ । ଏପରିକି ଆମ୍ବୁଲାନ୍ସ ବି ଭିଡରେ ଫସି ଅଣନିଶ୍ୱାସୀ ହୋଇଯାଉଛି ।
ସେପଟେ ବ୍ରହ୍ମପୁର ଏସ୍ପି କହିଛନ୍ତି ମାନସିକତା ବଦଳାନ୍ତୁ ଲୋକେ । ସହରକୁ ନିଜର ନ ଭାବିଲେ ସମସ୍ୟା କମିବା ସମ୍ଭାବନା କମ । ସିଗନାଲ ଜଗିବାକୁ ଜଣେ, ଲୋକ ଜଗିବାକୁ ଜଣେ ଆଉ ବ୍ୟାରିକେଡ଼ ଜଗିବାକୁ ଆଉ ଜଣେ । ଏମିତି ଲୋକଙ୍କୁ କଣ ପୁଲିସ ଜଗିବା ଠିକ କି? ବୋଲି ସେ ପ୍ରଶ୍ନ କରିଛନ୍ତି । ତା ସହ ବିଭିନ୍ନ ଦୋକାନ, ମଲ ସାମ୍ନାରେ ପାର୍କିଂ ଜାଗା ନଥିଲା ବେଳେ ସହରରେ ମଲ୍ଟିଲେବୁଲ ପାର୍କିଂ ବ୍ୟବସ୍ଥା କରିବାକୁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ସେ ଅନୁରୋଧ କରିଛନ୍ତି ।
ସଞ୍ଜ ହେଉ କି ସକାଳ, ସବୁବେଳେ ଭିଡ଼ ପ୍ରବଳ। ତଥାପି ଜବରଦଖଲ ଉଛେଦ ପାଇଁ ପ୍ରୟାସ ଆରମ୍ଭ କରିଛି ମହାନଗର ନିଗମ। ଯାହା ଆଗକୁ ଏ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ କରିବ।..