କନକ ବ୍ୟୁରୋ: CISFରେ ନିଯୁକ୍ତି ସୁଯୋଗ । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ୍)ରେ ୪୦୩ ହେଡ୍ କନେଷ୍ଟବଳ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କି ଯୁକ୍ତ ଦୁଇ ପାସ୍ କରିଥିବା ଆଶାୟୀମାନେ ଆବେଦନ କରିପାରିବେ । ତେବେ ଏହି ପୋଷ୍ଟ ପାଇଁ ଆବେଦନ କରିବାର ଶେଷ ସମୟ ସୀମା ରହିଛି ଜୁନ ୬ ତାରିଖ । ତେଣୁ ଆପଣମାନେ ଯଦି ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହୁଛନ୍ତି, ତେବେ ତୁରନ୍ତ ଏଥିପାଇଁ ଆବେଦନ କରିଦିଅନ୍ତୁ ।

Advertisment

ପଦବୀର ନାମ : CISF ହେଡ୍ କନେଷ୍ଟବଳ  

ପୋଷ୍ଟ ତାରିଖ : ୧୪-୦୫-୨୦୨୫

ମୋଟ ପଦବୀ : ୪୦୩

ସିଆଇଏସଏଫରେ ନିଯୁକ୍ତ ପାଇଁ ଇଚ୍ଛୁକ ଥିବା ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ । ତେବେ ଆବେଦନ କରିବାର ପ୍ରକ୍ରିୟା, ଯୋଗ୍ୟତା ସମ୍ପର୍କରେ ଜାଣିବା ପାଇଁ ସିଆଇଏସଏଫର ଅଫିସିଆଲ୍ ଓ୍ୱେବସାଇଟ୍ ମଧ୍ୟ ଯାଇ ଚେକ୍ କରିପାରିବେ ।

ଆବେଦନ ଶୁଳ୍କ

  • UR/EWS/OBC ପ୍ରାର୍ଥୀଙ୍କ ପାଇଁ:  ୧୦୦୦ ଟଙ୍କା
  • SC/ST ପ୍ରାର୍ଥୀଙ୍କ ପାଇଁ: ନିଶୁଳ୍କ 
  • ପେମେଣ୍ଟ୍ ମୋଡ୍: ଅନଲାଇନ୍ 

ଅନଲାଇନରେ ଆବେଦନ ଆରମ୍ଭ ତାରିଖ: ୧୮-୦୫-୨୦୨୫

ଅନଲାଇନରେ ଆବେଦନ କରିବାର ଶେଷ ତାରିଖ : ୦୬-୦୬-୨୦୨୫

CISF ନିଯୁକ୍ତି 2025 ପାଇଁ ବୟସ ସୀମା

  • ସର୍ବନିମ୍ନ ବୟସ ସୀମା: ୧୮ ବର୍ଷ
  • ସର୍ବାଧିକ ବୟସ ସୀମା: ୨୩ ବର୍ଷ

(ନିୟମ ଅନୁଯାୟୀ ବୟସ ଛାଡ଼ ପ୍ରଯୁଜ୍ୟ)

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ 

ଆବେଦନ ପାଇଁ ଏହି ସ୍ଥାନରେ କ୍ଲିକ୍ କରନ୍ତୁ