ସାମ୍ନାକୁ ଆସିପାରୁନି ସତ । ପଲିଗ୍ରାଫ ଟେଷ୍ଟ କରିବ ସିଆଇଡି!

Advertisment

ଭୁବନେଶ୍ବର ଭରତପୁର ଘଟଣାରେ ନୂଆ ମୋଡ଼। ଗତକାଲି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ବୟାନ ରେକର୍ଡ ସରିଥିବା ବେଳେ ଆଜି ମେଜରଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଯାହା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।

ଭୁବନେଶ୍ବର ଭରତପୁର ଘଟଣାରେ ନୂଆ ମୋଡ଼। ଗତକାଲି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ବୟାନ ରେକର୍ଡ ସରିଥିବା ବେଳେ ଆଜି ମେଜରଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଯାହା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ ।

35k

କନକ ବ୍ୟୁରୋ : ଭୁବନେଶ୍ବର ଭରତପୁର ଘଟଣାରେ ନୂଆ ମୋଡ଼। ଗତକାଲି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ବୟାନ ରେକର୍ଡ ସରିଥିବା ବେଳେ ଆଜି ମେଜରଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଯାହା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଯାହା ପୂରା ଘଟଣାର ମୋଡ଼କୁ ବଦଳାଇ ଦେଇଛି । ଆଉ ଏବେ କ୍ରାଇମବ୍ରାଞ୍ଚ ସୂତ୍ରରୁ ଖବର ମିଳିଛି ଯେ, ମେଜରଙ୍କ ବାନ୍ଧବୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ତେବେ କାହିଁକି ଲାଏ ଡିଟେକ୍ସନ କରିବାକୁ ଚାହୁଁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ? ମେଜରଙ୍କ ବାନ୍ଧବୀଙ୍କ ବୟାନରେ ରହୁନି କି ତାଳମେଳ? ମେଜର ଓ ତାଙ୍କ ବାନ୍ଧବୀ ସେଦିନ ରାତିର ଘଟଣାକୁ ନେଇ ମିଛ କହୁଥିବା ନେଇ ସନ୍ଦେହ କରୁଛି କି ତଦନ୍ତକାରୀ ସଂସ୍ଥା? ଯଦିଓ ଏନେଇ କେହି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ହଠାତ୍ ଭରତପୁର ଘଟଣାର ତଦନ୍ତ ପାଇଁ ସାଇବର କମ୍ପଲେକ୍ସରେ ପହଞ୍ଚିଛନ୍ତି ପୁଲିସ ଡିଜି । ମାମଲାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସିଫିନ ଅହମ୍ମଦଙ୍କ ସହ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ । 

ଅନ୍ୟପଟେ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିବା, ପୂରା ଘଟଣାକୁ ବିଭ୍ରାନ୍ତ କରୁଛି। ସାମନାକୁ ଆସିଥିବା ସିସିଟିଭି ଫୁଟେଜକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ ଅମରେଶ ପଣ୍ଡା । ସେପଟେ ମାମଲାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କ ପରିବାରବର୍ଗ, ପୁଲିସ ସେବା ଭବନ ଆଗରେ ଧାରଣା ଦେବା ସହ ପୁଲିସ କମିସନରଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ଏବେବି କ୍ରାଇମ୍ରବାଞ୍ଚ ତଦନ୍ତ ଶେଷ ହୋଇନାହିଁ। ତଦନ୍ତ ଆଗକୁ ବଢ଼ିବା ସହ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି। ମେଜରଙ୍କ ବାନ୍ଧବୀଙ୍କ ଫୋନ୍ କୁଆଡ଼େ ଗଲା? ସେ ଫୋନରେ ଥିବା ଭିଡିଓ ଫୁଟେଜକୁ ଡିଲିଟ୍ କରାଯାଇଛି କି? କେବେ ସାମ୍ନାକୁ ଆସିବ, ପ୍ରକୃତ ସତ୍ୟ ଘଟଣା? କେବେ ସରିବ କ୍ରାଇମବ୍ରାଞ୍ଚର ତଦନ୍ତ? ଉଠୁଛି ଅନେକ ପ୍ରଶ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe