କନକବ୍ୟୁରୋ: ରାଜଧାନୀରେ ମେଜର ଗୁରୁବଂଶ ସିଂଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ସିଆଇଡି ଅଧିକାରୀଙ୍କ ପତ୍ରିକ୍ରିୟା । ଆଜି ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯିବ । ପୂର୍ବରୁ ଘଟଣାରେ ନିଲମ୍ବିତ ମହିଳା ପୋଲିସ କର୍ମଚାରୀଙ୍କୁ ଜେରା ସରିଛି। ଆଗକୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ଜେରା କରାଯିବ । 

Advertisment

ସବୁ ଦିଗକୁ ଦେଖି ସିଆଇଡି ତଦନ୍ତ କରାଯାଉଥିବା ଅଧିକାରୀ କହିଛନ୍ତି । ସବୁ ତଥ୍ୟ, ପ୍ରମାଣକୁ ଦେଖି ନିରପେକ୍ଷ ତଦନ୍ତ କରାଯିବ ବୋଲି ସିଆଇଡି ପକ୍ଷରୁ କୁହାଯାଇଛି।  

ସେପଟେ ପ୍ରେସମିଟ କରି ଭରତପୁର ଥାନା ମାମଲାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ । ପ୍ରେସମିଟ୍ କରି ପ୍ରଦୀପ ପ୍ରଧାନ କହିଛନ୍ତି, କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିଲା ପୂର୍ବର ନବୀନ ପଟ୍ଟନାୟକ ସରକାର। ପ୍ରଶାସନିକ ଅଧିକାରୀ ମାନେ ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ । ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ । 

ଏଥିସହ ଭରତପୁରର ପୂର୍ବତନ ଆଇଆଇସିଙ୍କୁ ବହିଷ୍କାର କରିବା ଏବଂ ପୋଲିସ ଅଧିକାରୀଙ୍କର ପୁରୁଣା ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛି ସୂଚନା ଅଧିକାର ଅଭିଯାନ । 

ଅନ୍ୟପଟେ ଭରତପୁର ଘଟଣାକୁ ନେଇ ବିଜେଡିର ଜୋରଦାର ଆନ୍ଦୋଳନ। ରାଜଭବନ ଘେରାଓ କରୁଛି ବିଜୁ ଜନତା ଦଳ  ଭରତପୁର ଥାନାରେ ଅସଦାଚରଣ ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି ସରକାର ହେବା ଦିନଠୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ତଳକୁ ଯିବାରେ ଲାଗିଛି ବୋଲି ବିଜେଡି ଅଭିଯୋଗ କରିଛି ।