କନକ ବ୍ୟୁରୋ: ରାଜଧାନୀ ରାସ୍ତାରେ ଉଡ଼ିଲା ଟଙ୍କା। ଆଉ ତାହା ବି ପୁଣି ସରକାରୀ ଚାକିରି ପାଇଁ । ପରୀକ୍ଷାର୍ଥୀ ମାନେ ୫୦୦ ଓ ୨୦୦ ଟଙ୍କିଆ ନୋଟ ଉଡାଇଲେ । ଲୋଏର ପିଏମଜି ରାସ୍ତା ପୂରା ନୋଟମୟ ହୋଇଗଲା । OSSSC ବିରୋଧରେ ଚାକିରି ବିକ୍ରିର ଅଭିଯୋଗ ଆଣି ପ୍ରତୀକାତ୍ମକ ଭାବେ ଏଭଳି ବିକ୍ଷୋଭ କରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। RI, ARI, ଅମିନ, ICDS ପରୀକ୍ଷାରେ ଅନିୟମିତତା ଦାବି କରି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ସାରା ରାଜ୍ୟର ପରୀକ୍ଷାର୍ଥୀ ।
ପରୀକ୍ଷାର୍ଥୀଙ୍କ ପ୍ରଶ୍ନ
- ବ୍ଲାକଲିଷ୍ଟେଡ କମ୍ପାନୀକୁ ପରୀକ୍ଷା ପରିଚାଳନାର ଦାୟିତ୍ବ କାହିଁକି ଦିଆଗଲା?
- ପରୀକ୍ଷା ହଲରେ କମ୍ପ୍ୟୁଟରରେ ତ୍ରୁଟି ବିଚ୍ୟୁତିର ସାମ୍ନା କରିଥିଲେ ପରୀକ୍ଷାର୍ଥୀ
- ବାର ଉପରେ ଓ କାଫେରେ କାହିଁକି ହେଲା ପରୀକ୍ଷା?
- ନିର୍ଦ୍ଧାରିତ ସମୟରେ କାହିଁକି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲକୁ ଛଡାଗଲାନି?
ତଳେ ବାର ଓ ରେଷ୍ଟୁରାଣ୍ଟ, ଆଉ ଉପରେ ଓଏସଏସଏସସିର ପରୀକ୍ଷା ସେଣ୍ଟର। ଏଥିରୁ ଅନୁମାନ କରି ପାରୁଥିବେ କେତେ ସ୍ବଚ୍ଛତାର ସହ ହୋଇଛି ପରୀକ୍ଷା? ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ସତ କିନ୍ତୁ ଏଯାଏଁ କାର୍ଯ୍ୟାନୁଷ୍ଠାନ ପୂରା ଶୂନ। ଯାହାକୁ ନେଇ ଆଜି ପରୀକ୍ଷାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଉଦ୍ୟମ କରିଥିଲେ।
ତେବେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ବାତିଲ ପାଇଁ ଦାବି କରୁଥିବା ବେଳେ ଆଜି ଅଲୋଚନା କରିପାରନ୍ତି ସରକାର। ଏହି ଚାକିରି ପାଇଁ ଆସନ୍ତାକାଲି ରହିଛି ଶେଷ ପରୀକ୍ଷା। ତେଣୁ ପୂରା ପରୀକ୍ଷା ବାତିଲ ହେବ ନା ଏହି ପରୀକ୍ଷା ଆଧାରରେ ନିଯୁକ୍ତି ମିଳିବ ତାହା ଉପରେ ନଜର ରହିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/JVDVDVVWxHP9cjYLt2zs.jpg)