କନକ ବ୍ୟୁରୋ: ଦୁଇ ହଜାର ବର୍ଷ ପରେ ବି ଶାନ୍ତିର ବାର୍ତ୍ତା ଦେଉଛନ୍ତି ପ୍ରଭୁ ଯିଶୁ । ଆଜିର ବଡ଼ଦିନରେ ସବୁଠି ସେଲିବ୍ରେସନର ମାହୋଲ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଉତ୍ସବମୁଖର କାଶ୍ମୀରରୁ କନ୍ୟାକୁମାରୀ । କ୍ୟାଥଲିକ୍ ସମୂଦାୟଙ୍କ ସହ ପ୍ରାର୍ଥନାରେ ସାମିଲ ହେଲେ ଦେଶର ପ୍ରମୁଖ ରାଜନେତା ।
ଆଜି ବଡ଼ଦିନରେ ସବୁଠି ସେଲିବ୍ରେସନର ମାହୋଲ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏଥିଲାଗି ଦେଶର ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି । ଖ୍ରୀଷ୍ଟ ଧର୍ମର ଲୋକେ ବଡ଼ଦିନ ଉପଲକ୍ଷେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।
ବଡ଼ଦିନରେ ଉତ୍ସବମୁଖର କାଶ୍ମୀରରୁ କନ୍ୟାକୁମାରୀ
କ୍ୟାଥଲିକ୍ ସମୂଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
ଆଜିର ଏହି ପବିତ୍ର ଦିନରେ ଭାରତର କ୍ୟାଥଲିକ ଅନୁଷ୍ଠାନ ମାନଙ୍କ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇ ଯିଶୁଙ୍କ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ । ଯାହାର କିଛି ସ୍ବତନ୍ତ୍ର ମୂହୁର୍ତ୍ତକୁ ନିଜ ଏକ୍ସ ପେଜରେ ସେୟାର କରିଥିଲେ ପିଏମ ମୋଦୀ । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁନି କୁନି ପିଲାଙ୍କ ସହ ବଡ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି ।
ପ୍ରାୟ ଦୁଇ ହଜାର ବର୍ଷ ତଳେ ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଟରେ ଜନ୍ମ ନେଇଥିଲେ ମହାପୁରୁଷ ଯୀଶୁ । ନିଜ ତ୍ୟାଗ ଏବଂ ହୋଲି ବାଇବାଲେରେ ସେ ଦେଇଯାଇଥିଲା ଆଧ୍ୟାତ୍ମିକତା ବାର୍ତ୍ତା ପାଇଁ ଯିଶୁ ଭଗବାନର ମାନ୍ୟତା ପାଇଛନ୍ତି ।