ଚୌଦ୍ବାର ଥାନାରେ ପୁଲିସର ଥାର୍ଡ ଡିଗ୍ରି ଘଟଣା : ଏସିପି ବିଶ୍ବରଞ୍ଜନ ସାହୁ ନିଲମ୍ବିତ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି ।

police

police Photograph: (KanakNews)

କନକ ବ୍ୟୁରୋ : କଟକ ଚୌଦ୍ବାର ଥାନା ପରିସରରେ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚୌଦ୍ବାର ଥାନା ଦାୟିତ୍ବରେ ଥିବା ଏସିପି ବିଶ୍ବ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଚୌଦ୍ବାର ଥାନା ସବ୍‌ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି । ଚୌଦ୍ବାର ଥାନାରେ ରସାନନ୍ଦ ନାୟକ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ପ୍ରବଳ ମାଡ଼ ମାରିଥିଲେ । ଥାନା ଭିତରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ୨ ଦିନ ତଳେ ବାଇକ୍ ଚୋରି ଅଭିଯୋଗରେ ରସାନନ୍ଦଙ୍କୁ ପୁଲିସ ଉଠାଇ ଆଣିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe