କନକ ବ୍ୟୁରୋ : କଟକ ଚୌଦ୍ବାର ଥାନା ପରିସରରେ ପୁଲିସର ଥାର୍ଡ ଡିଗ୍ରି ଘଟଣାରେ କାର୍ଯ୍ୟାନୁଷ୍ଠାନ । ଚୌଦ୍ବାର ଥାନା ଦାୟିତ୍ବରେ ଥିବା ଏସିପି ବିଶ୍ବ ରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଚୌଦ୍ବାର ଥାନା ସବ୍ ଇନ୍ସପେକ୍ଟର ନିରଞ୍ଜନ ଗୋଡା ଏବଂ କନେଷ୍ଟବଳ କମଳ ଲୋଚନ ମାଝୀଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି । ଚୌଦ୍ବାର ଥାନାରେ ରସାନନ୍ଦ ନାୟକ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ପ୍ରବଳ ମାଡ଼ ମାରିଥିଲେ । ଥାନା ଭିତରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ୨ ଦିନ ତଳେ ବାଇକ୍ ଚୋରି ଅଭିଯୋଗରେ ରସାନନ୍ଦଙ୍କୁ ପୁଲିସ ଉଠାଇ ଆଣିଥିଲା ।
ଚୌଦ୍ବାର ଥାନାରେ ପୁଲିସର ଥାର୍ଡ ଡିଗ୍ରି ଘଟଣା : ଏସିପି ବିଶ୍ବରଞ୍ଜନ ସାହୁ ନିଲମ୍ବିତ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ୨ ଜଣ ମଧ୍ୟ ନିଲମ୍ବିତ ହୋଇଛନ୍ତି ।
/kanak/media/media_files/2025/09/23/police-2025-09-23-08-24-48.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)