କନକ ବ୍ୟୁରୋ: ଯାଜପୁରରେ ହଇଜା ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । କେନ୍ଦ୍ର ଓ ରାଜ୍ୟର ଟିମ୍ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛି । ତେବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଗ୍ରାଉଣ୍ଡର ସ୍ଥିତି ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି...
- ଯାଜପୁରରେ ହଇଜା ବ୍ୟାପିଛି
- ଭିବ୍ରିଓ କଲେରା ଜୀବାଣୁ ଯୋଗୁଁ ବ୍ୟାପିଛି ହଇଜା
- ଭିବ୍ରିଓ କଲେରାରେ ୫ ଜଣ ପ୍ରାଣ ହରାଇଛନ୍ତି
- ପାଣ୍ଡେମିକ୍ ନୁହେଁ, ହଇଜା ଏବେ ଏଣ୍ଡେମିକ୍ ଷ୍ଟେଜରେ ଅଛି
- ଏଣ୍ଡେମିକ୍ ଅର୍ଥାତ୍ ସ୍ବାଭାବିକ ସ୍ଥିତିରେ ଅଛି, ପାଣ୍ଡେମିକ୍ ଅର୍ଥାତ୍ ଭୟାବହ
- କିନ୍ତୁ ଡାଇରିଆ ଅଧିକ ବ୍ୟାପିଛି
ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛି । ପିଇବା ପାଣି , ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ କେନ୍ଦ୍ରୀୟ ଟିମ୍ ପୁଣି ଗ୍ରାଉଣ୍ଡକୁ ଯିବ । ଯାଜପୁରରେ ଭିବ୍ରିଓ କଲେରା ଯୋଗୁଁ ଯାଜପୁରରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲେ ବି, ଅନ୍ୟ ସ୍ଥାନର ମୃତ୍ୟୁ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରାଜ୍ୟରେ ୯ଟି ଜିଲ୍ଲାକୁ ବ୍ୟାପିଛି ଡାଇରିଆ । ଯାଜପୁର ଓ ଏହାର ପଡ଼ୋଶୀ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଏବେ ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ପିଇବା ଓ ବାହାରେ ମଳତ୍ୟାଗ ନ କରିବାକୁ ଲୋକଙ୍କୁ ସଚେତନ କରାଯିବ। ତେବେ ବର୍ତ୍ତମାନ ଯାଜପୁରରେ ହଇଜା ବ୍ୟାପୁଛି । ଅନ୍ୟଆଡ଼େ ବି ଡାଇରିଆ ଧୀରେ ଧୀରେ ବ୍ୟାପିଲାଣି । ଆଉ ଏବେଠାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ନ କଲେ ଏହା ଆଗକୁ ଅଣାୟତ୍ତ ହେବା ସମ୍ଭାବନା ରହିଛି ।