ନ୍ୟୁଜ୍ ଦିଗପହଣ୍ଡି ଉସ୍ତପଲ୍ଲୀ ଗାଁରେ ହଇଜା ଆତଙ୍କ, ଜଣଙ୍କର ମୃତ୍ୟୁ ଅଭିଯୋଗ, ୧୫ ଆକ୍ରାନ୍ତ ଗ୍ରାମର କୋଡିଏ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିଶ୍ଚିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 06 Jul 2025 12:04 IST Pradip Nayak Follow Us କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଗାଁ କୁ ଗାଁ ବ୍ୟାପୁଛି ହଇଜା । ବିଗତ ତିନିଦିନ ପୂର୍ବେ ସାନଖେମୁଣ୍ଡି ପୋଡାମାରି ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଦିଗପହଣ୍ଡି ବ୍ଲକ ଏସ ଟିକରପଡା ପଂଚାୟତର ଉସ୍ତପଲ୍ଲୀ ଗ୍ରାମର ଦାସ ଶବର ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗ୍ରାମର କୋଡିଏ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଚିକିଶ୍ଚିତ ହେବା ପାଇଁ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦଶ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି ଲଗାଣ ବର୍ଷାରେ ଗ୍ରାମରେ ନାଳ ନର୍ଦମାରେ ପାଣି ଭର୍ତ୍ତି ହୋଇ ପୋଚ ସୃଷ୍ଟି କରି ନିକଟସ୍ଥ ଜଳ ଭଣ୍ଡାର ପୋଖରୀ ପାଣି ପ୍ରଦୂଷିତ ହେଉଛି । ଯାହାକି ହଇଜାର ମୂଳ କାରଣ ବୋଲି ଅନୁମାନ କରାଯାଉଛି ।