ରାଜ୍ୟରେ ହଇଜାକୁ ନେଇ ହାହାକାର, ଜଣାପଡିଲା ରୋଗ ବ୍ୟାପିବାର କାରଣ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚେତାଇଲା କେନ୍ଦ୍ରୀୟ ଟିମ୍

ପାଣି ଯୋଗୁଁ ଜଣ୍ଡିସ ବି ବ୍ୟାପୁଛି । ଭୁବନେଶ୍ବର ବଡଗଡ ବ୍ରିଟ୍ ଇଏ କଲୋନି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ୫୦ ଜଣ ଜଣ୍ଡିସ ଆକ୍ରାନ୍ତ ହେବା ପରେ ଏହି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ସବୁ ଅଂଚଳରୁ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯାଇଥିଲା । ପରୀକ୍ଷା ପରେ ଯୋଗାଇ ଦିଆଯାଉଥିବା ପାଣି ହିଁ ଜଣ୍ଡିସର କାରଣ ବୋଲି କୁହାଯାଉଛି । 

7PM1SDFSDFFSDFSDF

କନକ ବ୍ୟୁରୋ : ସପ୍ତାହେ ହେଲା ହଇଜାକୁ ନେଇ ହାହାକାର ପରେ ସ୍ପଷ୍ଟ ହୋଇଛି କାରଣ । ଗ୍ରାଉଣ୍ଡରୁ ଫେରିବା ପରେ ପାନୀୟ ଜଳ ହଇଜା ମାଡିବାର ପ୍ରମୁଖ କାରଣ ବୋଲି ରାଜ୍ୟ ସ୍ବାସ୍ଥ୍ୟବିଭାଗକୁ ଚେତାଇ ଦେଇଛି କେନ୍ଦ୍ରୀୟ ଟିମ୍ ।  ଏହାକୁ କେମିତି ନିୟନ୍ତ୍ରଣ କରାଯିବ, ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ, ପଂଚାୟତିରାଜ ଓ ପାନୀୟଜଳ, ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ମାରାଥନ ବୈଠକ କରିଛନ୍ତି କେନ୍ଦ୍ରୀୟ ଟିମ୍ । ନିରାକରଣ ପାଇଁ ବୈଠକରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କହିଛନ୍ତି 
କେନ୍ଦ୍ରୀୟ ଟିମର ପରାମର୍ଶ 
- ପାନୀୟ ଜଳର ଉତ୍ସ ଗୁଡିକୁ ଚିହ୍ନଟ କରି ବିଶୋଧନ କର 
- ବିଭିନ୍ନ ପାଣି ଫ୍ୟାକ୍ଟ୍ରିଗୁଡିକର ମାନ ଯାଂଚ କର 
- ଅଧିକ ସମ୍ବେଦନଶୀଳ ଜିଲ୍ଲା ଯାଜପୁର, କେନ୍ଦୁଝର, ଭଦ୍ରକ ଉପରେ ଫୋକସ କର 
- ସ୍ଥିତି ନିୟନ୍ତ୍ରଣ ନହେବା ଯାଏ ହୋଟେଲ, ଢ଼ାବା, ରେଷ୍ଟୁରାଣ୍ଟ ଉପରେ ନଜର ରଖ 
- ଭୋଜିଭାତ ଉପରେ ନଜର ରଖ 

ଯାଜପୁରରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ଏବେ ରାଜ୍ୟର ୯ ଜିଲ୍ଲାକୁ ବ୍ୟାପିଲାଣି । ବେସରକାରୀ ଭାବେ ୨୦ରୁ ଅଧିକ ମୁଣ୍ଡ ଗଡିଲାଣି । ଏତେ ମାତ୍ରାରେ ମାଡିବାକୁ ନେଇ ସାଂଘାତିକ କଥା କହିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ । ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିବା ପରେ ସେ କହିଛନ୍ତି, ଝାଡାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି ।  ଜଳବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ସଂକ୍ରମିତ ଅଂଚଳର ବ୍ୟକ୍ତି ଅନ୍ୟ ଅଂଚଳକୁ ଯିବା ଏବଂ ସେଠାରେ ଝାଡା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଉଛି । 

ପାଣି ଯୋଗୁଁ ଜଣ୍ଡିସ ବି ବ୍ୟାପୁଛି । ଭୁବନେଶ୍ବର ବଡଗଡ ବ୍ରିଟ୍ ଇଏ କଲୋନି, ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ୫୦ ଜଣ ଜଣ୍ଡିସ ଆକ୍ରାନ୍ତ ହେବା ପରେ ଏହି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ସବୁ ଅଂଚଳରୁ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆଯାଇଥିଲା । ପରୀକ୍ଷା ପରେ ଯୋଗାଇ ଦିଆଯାଉଥିବା ପାଣି ହିଁ ଜଣ୍ଡିସର କାରଣ ବୋଲି କୁହାଯାଉଛି । 

ଏଭଳି ସ୍ଥିତିରେ ଦିନକ ପରେ ଖୋଲିବାକୁ ଯାଉଛି ସ୍କୁଲ। ହଇଜା ଭୟ ଭିତରେ ଯାଜପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ କେମିତି ସ୍କୁଲ ଖୋଲିବ, ସେ ନେଇ ଦ୍ବନ୍ଦ୍ବରେ ସରକାର। କାରଣ ଏବେ ବି ହଇଜା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe