କନକ ବ୍ୟୁରୋ : ଯାଜପୁରରେ ୫ ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି । ଗତକାଲି ୪୧ ଝାଡ଼ା ନମୁନା ପରୀକ୍ଷାରେ ୮ଟିରେ କଲେରା ଚିହ୍ନଟ ହୋଇଥିଲା । ଯାଜପୁର ଜିଲ୍ଲାରୁ ଆହୁରି ୨ଶହ ନମୁନା ଯାଇଛି । ବ୍ୟାସନଗର, ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ମାନେ ଚିକିତ୍ସାଧୀନ ଅଛନ୍ତି । ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ । ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଯାଜପୁରରେ ଥମୁନି ଝାଡ଼ାବାନ୍ତି ଆତଙ୍କ, କଲେରା ରୋଗୀ ଚିହ୍ନଟ ପରେ ଭୟରେ ଜିଲ୍ଲାବାସୀ
ଏବେ ମୁଖ୍ୟଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି । ଗତକାଲି ୪୧ ଝାଡ଼ା ନମୁନା ପରୀକ୍ଷାରେ ୮ଟିରେ କଲେରା ଚିହ୍ନଟ ହୋଇଥିଲା ।
/kanak/media/media_files/2025/06/14/d50k55h8KvXpkXV1zw71.jpg)