କନକ ବ୍ୟୁରୋ : ପୁରୀ ଜିଲ୍ଲା କଣାସରେ ବ୍ୟାପୁଛି ଡାଇରିଆ । ଝାଡ଼ାବାନ୍ତିରେ ୪୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କଣାସ ବ୍ଲକର ବିଭିନ୍ନ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଦୁଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି । ଗଡ଼ିଶାଗୋଦା, ଗୋପୀନାଥପୁର, ଜାଗୁଳାଇପଦର ଓ ଯାମଳଗୋଦା ଗାଁରେ ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

Advertisment

୮ ଦିନ ତଳେ ନୂଆଗାଁର ସାରଥୀ ପ୍ରଧାନଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଗତକାଲି ସେହିଗାଁର ସଚଳା ସାହୁଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଯାହାକୁ ନେଇ ଗାଁ ଲୋକ ମାନେ ଭୟଭିତ ଅଛନ୍ତି । ଆଜି ଡାକ୍ତରୀ ଟିମ୍ ଜାଗୁଳାଇପଦର ଓ ନୂଆଗାଁରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇବା ସହିତ ଓଆରଏସ୍ ଓ ହାଲୋଜିନ ବଟିକା ଘରେଘରେ ବାଂଟୁଛନ୍ତି । ପାନୀୟ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।