କନକ ବ୍ୟୁରୋ: ବିକଶିତ ସହରରେ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ସାଙ୍ଗକୁ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭର୍ତ୍ତି ପରିବେଶ । ଆମେ କହୁଛୁ ଯାଜପୁର ଜିଲ୍ଲା ଜାରକା ସହର କଥା । ନିରାକରଣ ଦିଗରେ କାହାର ନଜର ନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ  ।

Advertisment

ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ପୂରା ରାସ୍ତା କ୍ଷୁଦ୍ର ଜଳାଶୟ ପରି ମନେ ହେଉଛି । ପାଦେପାଦେରେ ବିପଦ । ଟିକିଏ ଏପଟ ସେପଟ ହେଲେ ଅଘଟଣର ଭୟ ରହିଛି । ଯାଜପୁର ଜିଲ୍ଲାର ବିକଶିତ ଅଞ୍ଚଳ ଭାବେ ପରିଚିତ ଜାରକା ସହରବାସୀ ଏମିତି ସମସ୍ୟା ସହ ଯୁଝୁଛନ୍ତି । ଅସରାଏ ବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ମାରୁଛି । ତ୍ରୁଟି ପୂର୍ଣ୍ଣ ଡ୍ରେନେଜ୍‌ ସାଙ୍ଗକୁ ଦୋକାନ କରିଥିବା ବ୍ୟବସାୟୀଙ୍କ ଅଜ୍ଞତା ଯୋଗୁଁ ଅଳିଆ ପଡ଼ି ପୋତି ହୋଇଯାଉଛି ଡ୍ରେନ୍‌ ।
 
ଅଳିଆ ଆବର୍ଜନାରେ ଭର୍ତ୍ତି ଜାରକା ସହର
ଅବସ୍ଥା ସୁଧାରିବାକୁ ଲାଗିବ ୨ ବର୍ଷ

ଖାଲି ଡ୍ରେନେଜ୍‌ରେ ନୁହେଁ, ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ବି ବିପର୍ଯ୍ୟସ୍ତ । ଯୁଆଡ଼େ ଦେଖିବ କୁଢ଼କୁଢ଼ ଅଳିଆ ଆବର୍ଜନା । ଏନ୍‌ଏସି ପାଇଁ ଦୀର୍ଘ ଦିନର ଦାବି ସତ୍ତ୍ୱେ ଜାରକା ସହର ଅଳିଆ ଆବର୍ଜନାରେ ଯେମିତି ପୋତି ହୋଇପଡ଼ିଛି । ଅନ୍ୟପଟେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆହୁରି ଦୁଇ ବର୍ଷ ଲାଗିବ, ସରକାରଙ୍କୁ ଦାୟୀ ନକରି ନିଜେ ସହରକୁ ସଫା ରଖିବାକୁ ପରାମର୍ଶ ଦେଇଛନ୍ତି ଧର୍ମଶାଳା ବିଧାୟକ ।