କନକବ୍ୟୁରୋ: ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଚିତ୍ରକୋଣ୍ଡା ପିଲିଗଡ଼ା ଠାରେ ଥିବା ବ୍ରିଜ ଭାଙ୍ଗିଯାଇଛି। ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।
ଗତକାଲି ରାତିରୁ ବ୍ରିଜ ଉପରେ ତିନି ଫୁଟ ଉଚ୍ଚର ପାଣି ଚାଲିଛି। ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି। ପାର୍ଶ୍ୱରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ଥାର ଏକ ଜେସିବି, ରୋଡ଼ ରୋଲର ଭାସି ଯାଇଥିବା ଠିକା ସଂସ୍ଥାର କର୍ମଚାରୀ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/237nQLEzH4yZes86a5Zw.jpg)