କନକ ବ୍ୟୁରୋ: ଆଜି ଚିତାଲାଗି ଅମାବାସ୍ୟା । ଏହି ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ସମ୍ପନ୍ନ ହେବ । ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନଚିତାକୁ ଆଜି ଲଗାଇବେ । ଜଗନ୍ନାଥଙ୍କୁ ଶୁଭ୍ରହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହୋଇଥାଏ । ହୀରା ଲୀଳା ଓ ମଣି ମାଣିକ୍ୟରେ ଏହି ଚିତାକୁ ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓସ୍ୱ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଏଥିସହ ସମୁଦ୍ର ମନ୍ଥନରେ ଯେଉଁ ମାଣିକ୍ୟ ବାହାରିଥିଲା ତାକୁ ବରୁଣ ରାଜା ଦାନ କରିଥିଲେ ଯାହା ଫଳରେ ସେଗୁଡ଼ିକୁ ଆଜି ତାକୁ ଲାଗି କରାଯିବ । ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତମାନେ ତିନିବାଡ଼ରେ ମଇଲମ କରିବେ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।