ଚିଟ୍‌ଫଣ୍ଡ ତଦନ୍ତକୁ ପୂରିଲା ୧୨ ବର୍ଷ : ଲକ୍ଷ ଲକ୍ଷ ହିତାଧିକାରୀ କେମିତି ପାଇବେ ଜମା ଟଙ୍କା ବଢ଼ିଲା ଚିନ୍ତା

ଚିଟ୍‌ଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି  ।  ହେଲେ ଏବେ ବି ଚିହ୍ନଟ ହୋଇ ପାରିନାହାନ୍ତି ଲକ୍ଷଲକ୍ଷ ଜମାକାରୀ  ।  ତତ୍କାଳୀନ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିସନ ଗଠନ କରିଥିଲେ  ।

chitfund

Photograph: (kanaknews)

କନକବ୍ୟୁରୋ : ଚିଟ୍‌ଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି  ।  ହେଲେ ଏବେ ବି ଚିହ୍ନଟ ହୋଇ ପାରିନାହାନ୍ତି ଲକ୍ଷଲକ୍ଷ ଜମାକାରୀ  ।  ତତ୍କାଳୀନ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିସନ ଗଠନ କରିଥିଲେ  ।

୨୦୨୦ ‌ଫେବ୍ରୁଆରି ୪ରେ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ‌ଶେଷ ହୋଇଥିଲା  ।  ପରେ ଏହାକୁ ଆଉ ବୃଦ୍ଧି କରାଯାଇନଥିଲା । ତଦନ୍ତ ଅଧାରେ ଅଟକି ଥିବାବେଳେ କମିସନ କିନ୍ତୁ ୭ଟି ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଥିଲେ  ।   ହେଲେ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି,  ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ । 

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଦାଖଲ ହୋଇଥିବା ରିପୋର୍ଟ ସଂକ୍ରାନ୍ତରେ ସରକାର ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ କରି ନାହାନ୍ତି  ।   ତଦନ୍ତ ବନ୍ଦ ହେବା ପୂର୍ବରୁ କମିସନ୍‌ ୪ ଲକ୍ଷ ୯୭ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ ।  ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଦାଖଲ କରିଥିଲେ । ଏହି ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ିରହିଛି  ।

ତଦନ୍ତ ଅଧାରୁ ବନ୍ଦ ହୋଇଥିଲେ ବି ଏଥିପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା  ।  ତେବେ ନୂଆ ସରକାର ଚାହିଁଲେ ଜମାକାରୀ ଚିହ୍ନଟ ହୋଇପାରିବେ । ସତ୍ୟପାଠରୁ କୌଣସି ତଥ୍ୟ ନମିଳିଲେ, ତହସିଲ ସ୍ତରରୁ ସରକାର ଚିହ୍ନଟ ପ୍ରକ୍ରିୟା କରିବା ଦରକାର ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ  । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କ୍ଷତିଗ୍ରସ୍ତ ୫ଲକ୍ଷ ଜମାକାରୀଙ୍କୁ ୩ରୁ ୪ ମାସ ଭିତରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଜମାକାରୀଙ୍କ ପାଇଁ ଆଶା ସଞ୍ଚାର କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe