କନକ ବ୍ୟୁରୋ : ବିହାର କ୍ଷମତା ରାଜନୀତିରୁ ଏନଡିଏ ଭାଙ୍ଗିବା ଭଳି ଖବର ଆସିଛି । ବିରୋଧୀମାନେ ଚିରାଗ ପାସୱାନଙ୍କୁ ନେଇ ବଡ଼ ଦାବି କରିଛନ୍ତି । ହେଲେ ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥା ହେବା ବେଳେ କିନ୍ତୁ ଚିରାଗ କହିଛନ୍ତି କି, ବିରୋଧୀଦଳର ନେତାମାନେ ମୋ ବିରୋଧରେ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି । 

Advertisment

ଚିରାଗ କହିଛନ୍ତି କି, ଲୋକସଭା ନିର୍ବାଚନରେ ଆମ ପାର୍ଟି ମଜବୁତ ସହ ନିର୍ବାଚନ ଲଢି ୫ଟି ଲୋକସଭା ଆସନ ଜିତିଛି । ସେମାନେ ଚାହିଁଲେ କିଛି ହେବ ନାହିଁ । ବିରୋଧୀଦଳ ନେତା ମାନେ ମୁଁ ଓ ମୋ ସାଂସଦମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । 

ସେପଟେ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି ଚିରାଗ । ସେ କହିଛନ୍ତି କି, ପଶ୍ଚିମବଙ୍ଗରେ ଘଟିଥିବା ଘଟଣାକୁ ନେଇ ସାରା ଦେଶ ନିନ୍ଦା କରୁଛି । ଏହି ସମୟରେ ରାଜ୍ୟରେ ଶାନ୍ତି ଫେରାଇଆଣିବାକୁ ମମତା ବାନାର୍ଜୀ ଚେଷ୍ଟା ନକରି ରାଜନୀତି କରୁଛନ୍ତି । 

ସୂଚନା ଥାଉକି ବିହାରରେ ବିରୋଧୀଦଳ ନେତାମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ଚିରାଗ ପାସୱାନ ଏନଡିଏ ମେଣ୍ଟରୁ ଓହୁରି ଯିବେ ।