ପାକିସ୍ତାନରେ ମିସାଇଲ୍ ମାଡ଼ ପରେ ବଦଳିଲା ଚୀନର ସ୍ୱର: କହିଲା, ଆମେ ବି ଆତଙ୍କବାଦ ବିରୋଧରେ

ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହାହାକାର ସ୍ଥିତି । ପହଲଗାମ ଆଟାକ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଚୀନ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ହେଲେ ଭାରତର ଅପରେସନ ସିନ୍ଦୂର ପରେ ଚୀନର ସ୍ୱର ଏବେ ବଦଳୁଥିବା ନଜର ଆସୁଛି । 

36china

Photograph: (kanak news)

କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହାହାକାର ସ୍ଥିତି । ପହଲଗାମ ଆଟାକ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଚୀନ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ହେଲେ ଭାରତର ଅପରେସନ ସିନ୍ଦୂର ପରେ ଚୀନର ସ୍ୱର ଏବେ ବଦଳୁଥିବା ନଜର ଆସୁଛି । 

ଅପରେସନ ସିନ୍ଦୂର ପରେ ଚୀନ କହିଛି କି, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ନିର୍ଣ୍ଣାୟକ ଭୂମିକା ନେଇପାରିବେ । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି କି, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଭାରତ-ପାକିସ୍ତାନ ସର୍ବାଦ ନିଜ ନିଜର ପଡ଼ୋଶୀ ରହିବେ । ଆଉ ଏହି ଦୁଇ ଦେଶ ଆମର ବି ପଡ଼ୋଶୀ । ଚୀନ ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରୁଛି । ଆମେ ଦୁଇ ଦେଶକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛୁ । ଏହାସହ ଚୀନ ଏହା ମଧ୍ୟ କହିଛି କି ଆମେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖପ୍ରକାଶ କରୁଛୁ । 

ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଭାରତୀୟ ସେନା ମଙ୍ଗବାଳ ମଧ୍ୟରାତିରେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା । ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ଜଳସେନାର ମିଳିତ ଅପରେସନରେ ପାକିସ୍ତାନ ଓ ପିଓକେର 9ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe