କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନରେ ହାହାକାର ସ୍ଥିତି । ପହଲଗାମ ଆଟାକ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଚୀନ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା । ହେଲେ ଭାରତର ଅପରେସନ ସିନ୍ଦୂର ପରେ ଚୀନର ସ୍ୱର ଏବେ ବଦଳୁଥିବା ନଜର ଆସୁଛି ।
ଅପରେସନ ସିନ୍ଦୂର ପରେ ଚୀନ କହିଛି କି, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ନିର୍ଣ୍ଣାୟକ ଭୂମିକା ନେଇପାରିବେ । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି କି, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଭାରତ-ପାକିସ୍ତାନ ସର୍ବାଦ ନିଜ ନିଜର ପଡ଼ୋଶୀ ରହିବେ । ଆଉ ଏହି ଦୁଇ ଦେଶ ଆମର ବି ପଡ଼ୋଶୀ । ଚୀନ ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରୁଛି । ଆମେ ଦୁଇ ଦେଶକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛୁ । ଏହାସହ ଚୀନ ଏହା ମଧ୍ୟ କହିଛି କି ଆମେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖପ୍ରକାଶ କରୁଛୁ ।
ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଭାରତୀୟ ସେନା ମଙ୍ଗବାଳ ମଧ୍ୟରାତିରେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା । ଭାରତୀୟ ସ୍ଥଳ ସେନା, ବାୟୁସେନା ଓ ଜଳସେନାର ମିଳିତ ଅପରେସନରେ ପାକିସ୍ତାନ ଓ ପିଓକେର 9ଟି ସ୍ଥାନରେ ଏୟାର ଷ୍ଟ୍ରାଇକ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/05/08/JlpCVKvk0GwDE40kwocr.jpg)