ତେଲ ଖେଳ ବିଗାଡ଼ିବ ଚୀନ ! ଆମେରିକା ବିରୋଧରେ ନେବ କି ଆକ୍ସନ ?

Advertisment

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାଉଦି ଆରବର ତୈଳ ବିଶୋଧନଗାର ଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି, ଯାହା ଚୀନ୍‌ର ତୈଳ ଆମଦାନୀ ପାଇଁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି । ଯଦିଓ ଚୀନ୍ ପାଖରେ ବର୍ତ୍ତମାନ ୬ ମାସ ପାଇଁ ଅଶୋଧିତ ତୈଳର ସଂରକ୍ଷିତ ଭଣ୍ଡାର ରହିଛି, ତଥାପି ଆଗାମୀ ସମୟକୁ ନେଇ ଚିନ୍ତା ବଢ଼ିଛି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାଉଦି ଆରବର ତୈଳ ବିଶୋଧନଗାର ଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି, ଯାହା ଚୀନ୍‌ର ତୈଳ ଆମଦାନୀ ପାଇଁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି । ଯଦିଓ ଚୀନ୍ ପାଖରେ ବର୍ତ୍ତମାନ ୬ ମାସ ପାଇଁ ଅଶୋଧିତ ତୈଳର ସଂରକ୍ଷିତ ଭଣ୍ଡାର ରହିଛି, ତଥାପି ଆଗାମୀ ସମୟକୁ ନେଇ ଚିନ୍ତା ବଢ଼ିଛି ।

China Oil War

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ଏବେ ଚୀନ୍ ଉପରେ ତୈଳ ଆମଦାନୀକୁ ନେଇ ଚାପ ବୃଦ୍ଧି ପାଇଛି । କାରଣ ଚୀନ୍‌ର ଅଧିକାଂଶ ତୈଳ ଇରାନ ଏବଂ ଷ୍ଟ୍ରେଟ୍‌ ଅଫ୍‌ ହୋମୁର୍ଜ ଦେଇ ଆସିଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗଟି ସମ୍ପୂର୍ଣ୍ଣ ଭାବେ ଇରାନର ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ଇରାନ ସ୍ପଷ୍ଟ ଭାବେ ଚେତାବନୀ ଦେଇଛି ଯେ, ଯଦି କୌଣସି ତୈଳ ଟ୍ୟାଙ୍କର୍ କିମ୍ବା ଜାହାଜ ଏହି ରାସ୍ତା ଦେଇ ଅତିକ୍ରମ କରେ, ତେବେ ତାହା ଉପରେ ଆକ୍ରମଣ କରାଯିବ । ଇରାନର ଏହି କଡ଼ା ଆଭିମୁଖ୍ୟ ପରେ ଚୀନ୍‌ର ଶକ୍ତି ସୁରକ୍ଷା ଓ ଅର୍ଥନୀତିକୁ ନେଇ ବଡ଼ ସଙ୍କଟ ଦେଖାଦେଇଛି ।

ଏହା ବି ପଢ଼ନ୍ତୁ: ଇସ୍ରାଏଲର ସାମରିକ ମୁଖ୍ୟାଳୟ-ଆମେରିକା ଘାଟି ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ଅନ୍ୟପଟେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାଉଦି ଆରବର ତୈଳ ବିଶୋଧନଗାର ଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି, ଯାହା ଚୀନ୍‌ର ତୈଳ ଆମଦାନୀ ପାଇଁ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିଛି । ଯଦିଓ ଚୀନ୍ ପାଖରେ ବର୍ତ୍ତମାନ ୬ ମାସ ପାଇଁ ଅଶୋଧିତ ତୈଳର ସଂରକ୍ଷିତ ଭଣ୍ଡାର ରହିଛି, ତଥାପି ଆଗାମୀ ସମୟକୁ ନେଇ ଚିନ୍ତା ବଢ଼ିଛି । କିଛି ବିଶେଷଜ୍ଞଙ୍କ ମତରେ, ଆମେରିକା ଇରାନ ଉପରେ ଆକ୍ରମଣ ବାହାନାରେ ପ୍ରକୃତରେ ଚୀନ୍‌ର ତୈଳ ଆମଦାନୀ ସମୀକରଣକୁ ବିଗାଡ଼ିବାକୁ ଚେଷ୍ଟା କରୁଛି । ଏହି କାରଣରୁ ଚୀନ୍ ମଧ୍ୟ ଆଗାମୀ ଦିନରେ ଆମେରିକାର ଏହି ଚାଲ୍‌ର ଜବାବ ଦେଇ ତାର ଖେଳ ବିଗାଡ଼ିପାରେ ବୋଲି ଆଲୋଚନା ହେଉଛି । 


ଏପଟେ ଚୀନ୍‌ର ଆଧିକାରିକ ବୟାନ ମଧ୍ୟ ସଙ୍କେତ ଦେଉଛି ଯେ, ଚୀନ୍ ଖୁବଶୀଘ୍ର ନିଜର ଶକ୍ତି ଆମଦାନୀ ଏବଂ ସଂରକ୍ଷିତ ଭଣ୍ଡାରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରେ । ଚୀନ୍ ବିଦେଶ ମନ୍ତ୍ରଣାଳୟ ଚେତାବନୀ ଦେଇ କହିଛି ଯେ, ସେ ବର୍ତ୍ତମାନ ନିଜର ଶକ୍ତି ସୁରକ୍ଷାର ସମୀକ୍ଷା କରୁଛି ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଦଳ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ । ଚୀନ୍‌ର ଏହି ବୟାନ ସ୍ପଷ୍ଟ କରୁଛି ଯେ, ଆଗାମୀ ସମୟରେ ତୈଳ ଆମଦାନୀରେ ବାଧା ସୃଷ୍ଟି କରୁଥିବା ଦେଶ କିମ୍ବା ସାମୁଦ୍ରିକ ମାର୍ଗ ବିରୁଦ୍ଧରେ ଚୀନ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । 


ଯଦିଓ ଏହା ପୂର୍ବରୁ ଚୀନ୍ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଯୁଦ୍ଧକୁ ରୋକିବା ପାଇଁ ଅପିଲ୍ କରିଥିଲା । ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ୍ ବୟାନ ଦେଇଛନ୍ତି ଯେ, ଷ୍ଟ୍ରେଟ୍‌ ଅଫ୍‌ ହୋମୁର୍ଜଏବଂ ଏହାର ଆଖପାଖ ସାମୁଦ୍ରିକ ମାର୍ଗ ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ସେ ସମସ୍ତ ପକ୍ଷକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି । ଚୀନ୍ କହିଛି ଯେ, ଯଦି ଏହି ଉତ୍ତେଜନା ଆହୁରି ବଢ଼େ, ତେବେ ଏହା ବିଶ୍ୱ ଅର୍ଥନୀତି ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇବ । 
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବା କାରଣରୁ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ଗତ ସୋମବାର ତୈଳ ମୂଲ୍ୟ ୧୦ ପ୍ରତିଶତରୁ ଅଧିକ ବଢ଼ିଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ସାମାନ୍ୟ ହ୍ରାସ ଘଟି ୭ ପ୍ରତିଶତ ବୃଦ୍ଧି ସହ ବଜାର ବନ୍ଦ ହୋଇଥିଲା । ବର୍ତ୍ତମାନ ତୈଳ ଦର ୨.୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ ପିଛା ୮୦ ଡଲାରରେ ପହଞ୍ଚିଛି । ଅନ୍ୟପଟେ, ୟୁରୋପୀୟ ପ୍ରାକୃତିକ ଗ୍ୟାସ୍ ମୂଲ୍ୟରେ ଗତକାଲି ୪୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା ।


ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତ ନିଜର ୮୦% ତୈଳ ଆମଦାନୀ କରୁଥିବାରୁ ଏହି ସଙ୍କଟ ଯୋଗୁଁ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢ଼ିବା ସହ ମହଙ୍ଗା ମାଡ଼ ହେବାର ଆଶଙ୍କା ରହିଛି । ସ୍ଥିତିକୁ ଦେଖି ଭାରତ ସରକାର ଏବେ ତୈଳ ଭଣ୍ଡାର ଓ ବିକଳ୍ପ ଯୋଗାଣ ମାର୍ଗ ଉପରେ ନଜର ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe