ଚୀନର ଅଦୃଶ୍ୟ ହଣ୍ଟର, ଆମେରିକା ପାଇଁ ସୃଷ୍ଟି କରିବ ବଡ଼ ସମସ୍ୟା

Advertisment

ଚୀନ୍ ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଅସ୍ତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶରେ ନିୟୋଜିତ ଉପଗ୍ରହକୁ ଧ୍ୱଂସ କରିପାରିବ । ଏହାକୁ ଷ୍ଟାରଲିଙ୍କ କିଲର ମଧ୍ୟ କୁହାଯାଉଛି, ଯାହା ଏଲନ ମସ୍କଙ୍କ ଉପଗ୍ରହକୁ ଡିଲିଙ୍କ କରିବାରେ ସକ୍ଷମ ।  

ଚୀନ୍ ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଅସ୍ତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶରେ ନିୟୋଜିତ ଉପଗ୍ରହକୁ ଧ୍ୱଂସ କରିପାରିବ । ଏହାକୁ ଷ୍ଟାରଲିଙ୍କ କିଲର ମଧ୍ୟ କୁହାଯାଉଛି, ଯାହା ଏଲନ ମସ୍କଙ୍କ ଉପଗ୍ରହକୁ ଡିଲିଙ୍କ କରିବାରେ ସକ୍ଷମ ।  

China

China Photograph: (kanak news)

କନକ ବ୍ୟୁରୋ: ଅସ୍ତ୍ରଶସ୍ତ୍ର ଜଗତରେ ନୂଆ ଛାପ ଛାଡ଼ିବାକୁ ଚେଷ୍ଟା କରିଛି ଚୀନ୍। ଏଭଳି ଏକ ଅସ୍ତ୍ର ପ୍ରସ୍ତୁତ କରିଛି, ଯାହା ଆମେରିକା ଓ ୟୁରୋପ ସମେତ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଚୀନ୍ ଏପରି ଏକ ଅସ୍ତ୍ର ବିକଶିତ କରିଥିବା  ନେଇ ଦାବି କରିଛି ଯାହା ବାରୁଦ, ବୋମା କିମ୍ବା ଗୁଳି ବିନା ଲକ୍ଷ୍ୟକୁ ନଷ୍ଟ କରିପାରିବ । ଚୀନ୍ ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଅସ୍ତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶରେ ନିୟୋଜିତ ଉପଗ୍ରହକୁ ଧ୍ୱଂସ କରିପାରିବ । ଏହାକୁ ଷ୍ଟାରଲିଙ୍କ କିଲର ମଧ୍ୟ କୁହାଯାଉଛି, ଯାହା ଏଲନ ମସ୍କଙ୍କ ଉପଗ୍ରହକୁ ଡିଲିଙ୍କ କରିବାରେ ସକ୍ଷମ ।  

ଚୀନର ଇନଭିଜିବଲ୍ ହଣ୍ଟର

ଚୀନ୍ ଏକ ଉଚ୍ଚ-ଶକ୍ତିଶାଳୀ ମାଇକ୍ରୋୱେଭ୍ (ଏଚପିଏମ୍) ଅସ୍ତ୍ର ବିକଶିତ କରିଛି, ଯାହାକୁ ଇନଭିଜିବଲ୍(ଅଦୃଶ୍ୟ) ହଣ୍ଟର ବୋଲି କୁହାଯାଉଛି। ଚୀନ୍ ଗଣମାଧ୍ୟମ ଅନୁଯାୟୀ, ଏହି ସିଷ୍ଟମ୍ ଆଣ୍ଟି-ସାଟେଲାଇଟ୍ ମିସାଇଲ୍ ବ୍ୟବହାର ନକରି ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ କମ୍ପାନୀର ଷ୍ଟାରଲିଙ୍କ୍ ସାଟେଲାଇଟ୍ ନେଟୱାର୍କକୁ ଡି-ଲିଙ୍କ୍ କରିପାରିବ। ଏହାକୁ ଏକ କମ୍ପାକ୍ଟ ଡ୍ରାଇଭର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ୨୦ ଗିଗାୱାଟ୍ ପର୍ଯ୍ୟନ୍ତ ଶକ୍ତି ପ୍ରଦାନ କରିପାରିବ ଏବଂ ଯେକୌଣସି ପ୍ଲାଟଫର୍ମ ଯେପରିକି ସ୍ଥଳ, ସମୁଦ୍ର, ବାୟୁ କିମ୍ବା ମହାକାଶରେ ନିୟୋଜିତ ହୋଇପାରିବ । 

ଅଧିକ ପଢ଼ନ୍ତୁ---ଚୀନ୍‌କୁ ରୋକିବା ପାଇଁ ଭାରତର ସମର୍ଥନ ଅତ୍ୟନ୍ତ ଜରୁରୀ: ଟ୍ରମ୍ପ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ

ଚୀନ୍ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଯଦି ଏହି ସିଷ୍ଟମକୁ ମହାକାଶରେ ନିୟୋଜିତ କରାଯାଏ, ତେବେ ବେଜିଂର ଅଦୃଶ୍ୟ ଆକ୍ରମଣ ଆହୁରି ଘାତକ ହେବ। ମାଇକ୍ରୋୱେଭ୍ ଅସ୍ତ୍ରର ଦକ୍ଷତା ବାବଦରେ ଯଦି କହିବା ତାହେଲେ, ଏହା ପାରମ୍ପରିକ ଅସ୍ତ୍ରଶସ୍ତ୍ର ପରି ଧ୍ୱଂସାବଶେଷ ସୃଷ୍ଟି କରିବ ନାହିଁ ଏବଂ ବିନା ଦୃଶ୍ୟମାନରେ ଇଲେକ୍ଟ୍ରୋନିକ୍ ସିଷ୍ଟମଗୁଡ଼ିକୁ ଡି-ଲିଙ୍କ୍ କରିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe