କନକବ୍ୟୁରୋ : ପାକିସ୍ତାନରେ ଚୀନ ବନ୍ଧ ନିର୍ମାଣ କାର୍ଯ୍ୟକୁ ଧରିଛି ଇଉରୋପୀୟ ମହାକାଶର ସାଟେଲାଇଟ୍‌ । ଚିତ୍ରରୁ ଜଣାପଡ଼ିଛି ଯେ ଚୀନ ୨୦୨୪ ସେପ୍ଟେମ୍ବରରୁ ପାକିସ୍ତାନର ମୋହମନ୍ଦ ବନ୍ଧ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ।

Advertisment

ଭାରତ ସିନ୍ଧୁ ଜଳ ଚୁକ୍ତି  ସ୍ଥଗିତ କରିବା ପରେ ଚୀନର ରାଷ୍ଟ୍ରୀୟ ଗଣମାଧ୍ୟମ ଏହି ‘ଫ୍ଲାଗଶିପ’ ପ୍ରକଳ୍ପରେ କାର୍ଯ୍ୟକୁ ଜଲଦି କରିବାକୁ ଘୋଷଣା କରିଥିଲା । କିନ୍ତୁ ଇଉରୋପୀୟ ମହାକାଶ ସଂସ୍ଥାର ସାଟେଲାଇଟ୍‌ ଚିତ୍ର ଅନୁଯାୟୀ, ସେପ୍ଟେମ୍ବର ୨୦୨୪ରେ ବନ୍ଧର ମୁଖ୍ୟ ପଥର ତଟବନ୍ଧ ନିର୍ମାଣ ଆରମ୍ଭ ହୋଇଥିଲା ।

୨୦୨୫ ମେ ୧୭ର ସାଟେଲାଇଟ୍‌ ଚିତ୍ରରେ ପଥର କାନ୍ଥ ପାଖରେ କଂକ୍ରିଟ ଢଳେଇ ଦେଖାଦେଇଛି । ଏହି ବନ୍ଧ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ଥିବା ପଶ୍ଚିମ ନଦୀଗୁଡ଼ିକରେ ନୁହେଁ, ବରଂ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତରୁ ଉତ୍ପନ୍ନ ହୋଇ ପାକିସ୍ତାନର ଖୈବର ଦେଇ ପ୍ରବାହିତ ସ୍ୱାତୀ ନଦୀରେ ନିର୍ମାଣ ହେଉଛି । ଏହା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡ଼ର ବା ସିପିଇସିର ଏକ ମୁଖ୍ୟ ଅଂଶ ।

 ବନ୍ଧଟି ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବ ଏବଂ ବନ୍ୟା ନିୟନ୍ତ୍ରଣ, ସିଞ୍ଚନ ଓ ସ୍ଥାନୀୟ ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ଏହା ସହିତ ଭାରତ ଆଫଗାନିସ୍ତାନରେ କାବୁଲ ନଦୀରେ ଶାହତୁଟ ବନ୍ଧ ନିର୍ମାଣକୁ ମଧ୍ୟ ଜୋର ଦେଇଛି ଯାହା ପାକିସ୍ତାନରେ ଜଳ ପ୍ରବାହ ଉପରେ ପ୍ରଭାବ ପକାଇପାରେ ।