କନକ ବ୍ୟୁରୋ :  ଦୁନିଆରେ ଚହଳ ପକାଇଲାଣି ଚୀନର ଡିପସିକ୍ ଏଆଇ । ଚାଇନିଜ୍ କମ୍ପାନି ଡିପସିକ୍ ଲ୍ୟାବ୍ R1 AI  ମେଡାଲ୍ ଲଞ୍ଚ୍ କରିଛି, ଯାହା ବର୍ତ୍ତମାନ ସାରା ଦୁନିଆରେ ଲୋକପ୍ରିୟ ହୋଇଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ଏହା ଚାଟ୍‌ଜିପିଟି, ଗୁଗଲ୍ ଜେମିନି ପରି ଇଓଠାରୁ ଆଗକୁ ବଢିଛି । ୨୦୨୨ରେ ଓପନ୍ ଏଆଇ ଓ ଚାଟ୍‌ଜିପିଟି ଲଞ୍ଚ୍ ହେବା ପରେ ଜେନରେଟିଭ୍ ଏଆଇକୁ ନେଇ ଚର୍ଚ୍ଚା ବଢିଥିଲା । ମାଇକ୍ରୋସପ୍ଟ ଦ୍ୱାରା ପ୍ରାୟୋଜିତ ଏହି ଏଆଇ ଟୁଲ୍ ଗୁଗଲ, ଆପଲ୍ ଏବଂ ମେଟା ପରି କମ୍ପାନିଙ୍କ ନିଦ ହଜାଇ ଦେଇଥିଲା । ଏବେ ଚୀନ ନୂଆ ଏଆଇ ମଡେଲ୍ ଆଣି ସିଲିକନ୍ ଭ୍ୟାଲିକୁ ପୁଣି ଥରେ ଚିନ୍ତାରେ ପକାଇଛି ।