କନକ ବ୍ୟୁରୋ : କରୋନା ମହାମାରୀର ୫ ବର୍ଷ ପରେ ଚୀନ୍ରେ ପୁଣି ଏକ ରହସ୍ୟମୟ ଭାଇରସ୍ର ଆତଙ୍କ। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚଏମପିଭି ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ଡାକ୍ତରଖାନା ଭିଡ଼ର ଅନେକ ଝଲକ ସାମ୍ନାକୁ ଆସୁଛି । ଭୂତାଣୁ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି । ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ - ହୁ ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ସମ୍ଭାବନା ରହିଛି । ଏକ୍ସ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି । ଚୀନ୍ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ଏହି ରିପୋର୍ଟ ସହିତ ଯୋଡ଼ାଯାଇଛି । ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ତାହାକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ । 'ସାଇଣ୍ଟିଷ୍ଟ ଅର୍ଗ' ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର ।
ଚିନ୍ତା ବଢ଼ାଇଲା ଚାଇନା ଭାଇରସ୍
ଚୀନ୍ରେ ଆତଙ୍କ ଖେଳାଇଛି ନୂଆ ଭୂତାଣୁ
କରୋନା ମହାମାରୀର ୫ ବର୍ଷ ପରେ ଆଉ ଏକ ଭୂତାଣୁ ଆତଙ୍କ
'ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଐଗଚଠ ରେ ଗଲାଣି ଶତାଧିକ ଜୀବନ
ଐଗଚଠ ସମେତ ଅନେକ ଭୂତାଣୁ ବ୍ୟାପୁଥିବା ଚର୍ଚ୍ଚା
ଇନଫ୍ଲୁଏନଜା ଇ, ମାଇକ୍ଲୋପ୍ଲାଜମା ନିମୋନିଆ ଏବଂ କୋଭିଡ୍-୧୯ ସକ୍ରିୟ
ଦ୍ରୁତ ଗତିରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ନିମୋନିଆ ସମେତ ଫୁସଫୁସକୁ କରୁଛି ଆକ୍ରାନ୍ତ
କେଉଁ ଭୂତାଣୁରୁ ସଂକ୍ରମଣ ବ୍ୟାପୁଛି ଅସ୍ପଷ୍ଟ
ସ୍ଥିତି ଉପରେ ନଜର ରଖିଛି ଚୀନ ଡିଜିଜ୍ କଣ୍ଟ୍ରୋଲ ଅଥୋରିଟି