ତିବ୍ବତରେ ଭୟଙ୍କର ଭୂକମ୍ପ । ୫୩ ମୃତ, ୬୨ ଗୁରୁତର ।

Advertisment

ପଡ଼ୋଶୀ ଦେଶ ନେପାଳ ଏବଂ ତିବ୍ବତରେ ଭୀଷଣ ଭୂକମ୍ପ । ୫୩ ମୃତ, ୬୨ ଗୁରୁତର ।  

Updated On

ପଡ଼ୋଶୀ ଦେଶ ନେପାଳ ଏବଂ ତିବ୍ବତରେ ଭୀଷଣ ଭୂକମ୍ପ । ୫୩ ମୃତ, ୬୨ ଗୁରୁତର ।  

ଅଦ୍ୟତନ ହୋଇଛି
   ତିବ୍ବତରେ ଭୀଷଣ ଭୂକମ୍ପ

Photograph: (kanaknews)

କନକ ବ୍ୟୁରୋ: ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ । ଭୂକମ୍ପ ନେଲା ଜୀବନ । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଲଗାତର ୬ଟି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 

ରଏଟର୍ସର ସୂଚନା ମୁତାବକ, ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ନେପାଳରେ ୯ଜଣଙ୍କ ଜୀବନ ନେଇଛି ଭୂମିକମ୍ପ । ଅନେକ ଘର ଦ୍ୱାର ଭୁଶୁଡି ପଡିଛି । ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । 

ନେପାଳ ସମେତ ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। ବିହାରର ମୋତିହାରି ଓ ସମସ୍ତିପୁର ସମେତ ବିଭିନ୍ନ ଅଞ୍ଚଳରେ ସକାଳ ୬ଟା ୪୦ ବେଳକୁ ଲୋକ ଝଟକା ଅନୁଭୂତ କରିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁ ନେପାଳରେ ଅତି କମ୍‌ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରବଳ କମ୍ପନ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe