କନକ ବ୍ୟୁରୋ: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଭିତରେ ଆଜି ଜାତୀୟ ସୁରକ୍ଷା ନେଇ ସମୀକ୍ଷା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତୀୟ ସମୟ ରାତି ୧୨ଟା ୩୦ରେ ଏହି ବୈଠକ ହେବ । ଇରାନ ସହ ଲାଗି ରହିଥିବା ବିବାଦ ନେଇ ବୈଠକରେ ଆଲୋଚନା ହେବ । ହ୍ବାଇଟ୍ ହାଉସ୍ର ସୂଚନା ଅନୁସାରେ ବର୍ତ୍ତମାନର ସ୍ଥିତି ନେଇ ବୈଠକରେ ଆଲୋଚନା ହେବ। ଏହା ସହ ଆଗାମୀ ରଣନୀତି ନେଇ ମଧ୍ୟ ପ୍ରସ୍ତୁତି କରାଯିବ।
ଏପଟେ ଭୟଙ୍କର ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଆାମେରିକାର ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଜୋରଦାର ଆକ୍ରମଣ କରିଛନ୍ତି । ଇସ୍ରାଏଲ ପକ୍ଷରୁ ଇରାନ ମିଲିଟାରୀ ବେସକୁ ଟାର୍ଗେଟ କରି ଆଜି ଆକ୍ରମଣ କରିଛି । ଇରାନର କ୍ଷେପଣାସ୍ତ୍ର ଲଂଚ ପ୍ୟାଡକୁ ମିସାଇଲ ମାଡ଼ କରିଛି । ୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠ ବଡ଼ ଆକ୍ରମଣ କରିଛି ଇସ୍ରାଏଲ ।
ଆମେରିକା ୩୦ ହଜାର ପାଉଣ୍ଡ ବଙ୍କର ବ୍ଲଷ୍ଟର ବୋମା ଦ୍ବାରା ଇରାନର ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ ପରେ ଯୁଦ୍ଧ ତେଜିବାରେ ଲାଗିଛି । ମଧ୍ୟପ୍ରଚ୍ୟରେ ଥିବା ଆମେରିକାର ବେସ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ଇରାନ । ଏନେଇ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନି ଆମେରିକାକୁ ଚେତାବନୀ ଦେଇଛନ୍ତି। ଖାମେନି କହିଛନ୍ତି ଇସ୍ରାଏଲ ବଡ଼ ଭୁଲ କରିଛି ଏଥିପାଇଁ ଇସ୍ରାଇଲକୁ ଦଣ୍ଡ ମିଳୁଛି ।