କନକ ବ୍ୟୁରୋ : ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୂରକୁ ନେଇ ଏବେ ଚୀନର ବୟାନ ସମ୍ନାକୁ ଆସିଛି । ବୁଧବାର ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଚୀନ କହିଛି କି, ଭାରତର ସେନା କାର୍ଯ୍ୟାନୁଷ୍ଠାନ ଏକ ଦୁଃଖଦ ଘଟଣା ବୋଲି ଚୀନ ଗ୍ରହଣ କରିଛି । ଏନେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି କି, ଏହାକୁ ନେଇ ଚୀନ ଚିନ୍ତିତ । ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ତେଣୁ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ରଖିବାକୁ ଚୀନ ନିବେଦନ କରିଛି । ନିଜକୁ ସମ୍ଭାଳ ଓ ଆଗକୁ କିଭଳି ଏହି ବିବାଦ ନବଢିବ ତା ଉପରେ ଆଲୋଚନା କରିବାକୁ ଚୀନ ପରାମର୍ଶ ଦେଇଛି ।