କନକ ବ୍ୟୁରୋ: ଆମେରିକାରେ ଜୈବିକ ସାମଗ୍ରୀ ଚାଲାଣ ଅଭିଯୋଗରେ ଚୀନର ଜଣେ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି । ଚେଙ୍ଗଜୁଆନ୍ ହାନ୍, ଯିଏ ଉହାନର ହୁଆଜୋଙ୍ଗ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ରୀ, ତାଙ୍କୁ ଡେଟ୍ରଏଟ୍ ବିମାନ ବନ୍ଦରରେ ଗିରଫ କରାଯାଇଛି । ହାନ୍ଙ୍କ ବିରୋଧରେ ରହିଛି ବିନା ଅନୁମତିରେ ଜୈବିକ ସାମଗ୍ରୀ ପଠାଇବା ଓ ମିଥ୍ୟା ବିବରଣୀ ଦେବାର ଅଭିଯୋଗ ।
ଏଫ୍ବିଆଇ ଅନୁଯାୟୀ, ହାନ୍ ୪ଟି ପ୍ୟାକେଜ ଚୀନ୍ରୁ ପଠାଇଥିଲେ, ଯେଉଁଥିରେ ଜୈବିକ ସାମଗ୍ରୀ ଲୁଚାଯାଇଥିଲା, ଗୋଟିଏ ପ୍ୟାକେଜ୍ ବହି ଭିତରେ ରହିଥିଲା । ଏହା ପୂର୍ବରୁ ଅନ୍ତର୍ଜାତୀୟ ସୁରକ୍ଷା ନିୟମ ଅନୁଯାୟୀ ଅନୁମତି ଆବଶ୍ୟକ ଥିଲା। ହାନଙ୍କ ଫୋନ୍ ଡାଟା ମଧ୍ୟ ଆମେରିକା ଆସିବାର ୩ ଦିନ ପୂର୍ବରୁ ଡିଲିଟ୍ କରାଯାଇଥିବା ଜଣାପଡ଼ିଛି । ମିଚିଗାନରେ ଗତ ସପ୍ତାହେ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା । ପୂର୍ବରୁ ଦୁଇ ଚୀନ୍ ବୈଜ୍ଞାନିକ, ୟୁନକିଙ୍ଗ୍ ଜିଆନ୍ ଓ ଜୁନୟୋଙ୍ଗ୍ ଲିଉ, ଏକ ବିଷାକ୍ତ ଫଙ୍ଗସ୍ ତସ୍କରୀ ଅଭିଯୋଗରେ ଗିରଫ ହୋଇଥିଲେ । ଆମେରିକାର ଅଧିକାରୀମାନେ ଏହାକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି କହିଛନ୍ତି । ଏବଂ କୃଷି କ୍ଷେତ୍ରରେ ଆତଙ୍କବାଦୀ ବୋଲି କହିଛନ୍ତି ।