ପାକିସ୍ତାନ ସେନାରେ ଚାଇନା ମିସାଇଲ, ଆକାଶରେ ନଷ୍ଟ କରୁଛି ଭାରତ

ଭାରତ ଉପରେ ଆକ୍ରମଣରେ ପାକ୍‌ ବ୍ୟବହାର କରିଛି ଚାଇନା ମିସାଇଲ । ହୋସିଆରପୁରରୁ ମିଳିଛି ଚୀନ୍‌ ମିସାଇଲ । ଏହି ମିଜାଇଲ ନାଁ ପିଏଲ୍‌ -୧୫ ।

China mi

Photograph: (kanak news)

କନକ ବ୍ୟୁରୋ : ଭାରତ ଉପରେ ଆକ୍ରମଣରେ ପାକ୍‌ ବ୍ୟବହାର କରିଛି ଚାଇନା ମିସାଇଲ । ହୋସିଆରପୁରରୁ ମିଳିଛି ଚୀନ୍‌ ମିସାଇଲ । ଏହି ମିସାଇଲ ନାଁ ପିଏଲ୍‌ -୧୫ । ଗତକାଲି ଆକ୍ରମଣ ସମୟରେ ପାକ୍‌ ସେନା ବ୍ୟବହାର କରିଥିଲା ଏହି ମିସାଇଲ୍ । ଭାରତୀୟ ସେନା ଏହି ମିସାଇଲକୁ ଧ୍ବଂସ କରିଛି । ଏହା ଏକ ଦୂରଗାମୀ ମିସାଇଲ । ଏହା ଏୟାର ଟୁ ଏୟାର ମିସାଇଲ ଅଟେ । ଏଥିରେ ‘ଆକ୍ଟିଭ ଇଲେକ୍ଟୋନିକାଲ୍‌ ସ୍କାନଡ ଆରେ’ ରାଡାର ରହିଛି । ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରେ । ଏହା ଏକ ସାଙ୍ଗେ ଲକ୍ଷ୍ୟଭେଦ କରିବା ସହ ତଥ୍ୟ ଦେଇପାରେ । ଫାଇଟର ପାଇଲଟ୍‌ ମିସାଇଲଠୁ ତଥ୍ୟ ପାଇପାରନ୍ତି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦ରୁ ୩୦୦ କିଲୋମିଟର । ଘଣ୍ଟାପ୍ରତି ଏହାର ବେଗ ୫୯୬୦ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe