ନୌସେନା ଦିବସ ପୂର୍ବରୁ ଆସିଲା ବଡ ଖବର ; ଜଳପଥରେ ଆତଙ୍କୀ ଦେଶ ପାକିସ୍ତାନର ବଳ ବଢ଼ାଉଛି ଚୀନ

ଜାତୀୟ ନୌସେନା ଦିବସ ପୂର୍ବରୁ ଆସିଲା ବଡ ଖବର । ଜଳପଥରେ ଆତଙ୍କୀ ଦେଶ ପାକିସ୍ତାନର ବଳ ବଢ଼ାଉଛି ଚୀନ । ଯୋଗାଣ କରୁଛି ବୁଡାଜାହାଜ, ଯୁଦ୍ଧ ଜାହାଜ ସହ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ । ଭାରତୀୟ ନୌସେନା ମୁଖ୍ୟଙ୍କ ସୂଚନା । 

50c P

କନକ ବ୍ୟୁରୋ: ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ସମୟରେ ପଦାରେ ପଡିଛନ୍ତି ପାକିସ୍ତାନ ଓ ଚୀନ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ । ସବୁଠୁ ବଡ କଥା ହେଉଛି ଜଳସୀମାରେ ପାକିସ୍ତାନ ନିଜର ନୌସେନା ଶକ୍ତି ବଢ଼ାଇବା ସହ ଚୀନ ଏଥିପାଇଁ କରୁଛି ସାହାଯ୍ୟ । ୫୦ଟି ଯୁଦ୍ଧ ଜାହାଜ, ବୁଡା ଜାହାଜ ଯୋଗାଇବା ଏବେ ଭାରତ ପାଇଁ ବଡ ଚିନ୍ତାର କାରଣ ହେଲାଣି ।


ଜଳପଥରେ ପାକିସ୍ତାନର ବଳ ବଢ଼ାଉଛି ଚୀନ
ପାକିସ୍ତାନକୁ ଜଳପଥରେ ବଡ ସାହାଯ୍ୟ କରୁଛି ଚୀନ
ଅତ୍ୟାଧୁନିକ ବୁଡାଜାହାଜ ସପ୍ଲାଏ କରୁଛି
ପରମାଣୁ ସମ୍ପନ୍ନ ବୁଡ଼ାଜାହାଜ ନିର୍ମାଣ କରି ପାକିସ୍ତାନକୁ ଦେଉଛି ଚୀନ
ବୁଡାଜାହାଜ, ଯୁଦ୍ଧଜାହାଜ ଓ ଅନ୍ୟାନ୍ୟ ଶକ୍ତିଶାଳୀ ପ୍ରତିରକ୍ଷା ଉପକରଣ ଯୋଗାଉଛି
ହିନ୍ଦ ମହାସାଗରେ ବଳ ବଢ଼ାଇବାକୁ ଚାହୁଁଛନ୍ତି ଉଭୟ ଚୀନ ଓ ପାକିସ୍ତାନ
ସିପିଇସି ଚୁକ୍ତିର ବାହାନା ଦେଖାଉଛନ୍ତି 
ଭାରତୀୟ  ସେନାର ଚିନ୍ତା ପ୍ରକାଶ 
ସମସ୍ତ ପ୍ରକାର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ
ଭାରତୀୟ ନୌସେନା ମୁଖ୍ୟଙ୍କ ସୂଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe