କନକ ବ୍ୟୁରୋ :  ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ବଢ଼ିଛି ଚୀନ । ଚୀନର ପ୍ରଶାନ୍ତ ମହାସାଗରେ ବାଲେଷ୍ଟିକ ମିଜାଇଲ ଡିଏଫ ଫୋର ୱାନ ପରୀକ୍ଷଣ କରିଛି । ଏହି ଅର୍ନ୍ତମହାଦେଶୀୟ ମିଜାଇଲ ଏତେ ଶକ୍ତିଶାଳୀ ଯେ ଚୀନରୁ ସିଧା ଆମେରିକାକୁ ଟାର୍ଗେଟ କରାଯାଇପାରିବ । ବୁଧବାର ଦିନ ଚୀନ୍ ପ୍ରଶାନ୍ତ ମହାସାଗରରେ ବାଲେଷ୍ଟିକ ମିଜାଇଲ ଆଇସିବିଏମର ପରୀକ୍ଷଣ କରିଛି । ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ମିଜାଇଲ ସମୁଦ୍ରର ଏକ ନିର୍ଦ୍ଦିଷ୍ଟ ଅଂଚଳକୁ ଟାର୍ଗେଟ କରାଯାଇ ପରୀକ୍ଷଣ କରାଯାଇଛି  । ଏହା ଏତେ ଶକ୍ତିଶାଳୀ କି ଆମେରିକାରେ ମଧ୍ୟ ପହଞ୍ଚିବା କ୍ଷମତା ରଖିଛି  । ସୂଚନା ଅନୁସାରେ ଚଳିତମାସ ଆରମ୍ଭରେ, ଉତ୍ତର କୋରିଆ ଜାପାନ ସାଗର କିମ୍ବା ପୂର୍ବ ସାଗର ଆଡକୁ ଅନେକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା । ତେବେ ପାଶ୍ଚାତ୍ୟଦେଶ ଏନେଇ ବିରୋଧ କରିବା ପରେ ଚୀନ କହିଛି ଏହା ଦେଶର ବାର୍ଷିକ ପରୀକ୍ଷଣ, କୌଣସି ଦେଶକୁ ଲକ୍ଷ୍ୟ କରାଯାଇ ପରୀକ୍ଷଣ କରାଯାଇନି । ୪୪ବର୍ଷ ପରେ ଏତେ ଶକ୍ତିଶାଳୀ ମିଜାଇଲ ପରୀକ୍ଷଣ କରିଛି ଚୀନ । ସୂଚନା ଅନୁସାରେ କେବଳ ଆମେରିକା ନୁହେଁ ଫଇଳିଫାଇନ୍ସ ଓ ତାୱାନକୁ ଚୀନରୁ ରହି ଟାର୍ଗେଟ କରାଯାଇପାରିବ । ଦକ୍ଷିଣ ଚୀନ ସାଗରକୁ ନେଇ ଉଭୟ ଆମେରିକା  ଓ ଚୀନ ମଧ୍ୟରେ ତିକ୍ତତା ଚାଲିଛି । ଶେଷଥର ପାଇଁ ୧୯୮୦ ମସିହାରେ ପରୀକ୍ଷଣ  ହୋଇଥିଲା । ୧୦ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ  ।  ବିଗତବର୍ଷରେ ଚୀନ ନିଜ ପ୍ରତିରକ୍ଷା ଶକ୍ତି ଦ୍ବିଗୁଣା କରିଛି । ମୋଟ ୩୫୦ ଆଇସିବିଏମ ମିଜାଇଲ ରହିଛି ।
 

Advertisment