କନକ ବ୍ୟୁରୋ : ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପଙ୍କ ୧୦୪ ପ୍ରତିଶତ ଶୁଳ୍କର ଜବାବ ଦେଇଛି ଚୀନ । ଆମେରିକା ଉପରେ ଅତିରିକ୍ତି ୮୪ ପ୍ରତିଶତ ଶୁଳ୍କ ଲଗାଇଛି ବେଜିଂ । ପୂର୍ବରୁ ୩୪ ଓ ବର୍ତ୍ତମାନର ୮୪ ମିଶି ଆମେରିକା ଉପରେ ଏଣିକି ଚୀନ ୧୧୮ % ଶୁଳ୍କ ଲଗାଇଛି । ଏପ୍ରିଲ ୧୦ରୁ ଏହା କାର୍ଯ୍ୟକାରୀ ହେବ । ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ,ଏପ୍ରିଲ ୧୦ ରୁ ଆମେରିକାରୁ ଆସୁଥିବା ସାମଗ୍ରୀ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ କରାଯିବ । ବେଜିଂ ପୂର୍ବରୁ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଥିଲା । ଟ୍ରମ୍ପ ଚୀନ୍ ଉପରେ ୧୦୪ ପ୍ରତିଶତ ଶୁଳ୍କ ଲାଗୁ କରିବାର ଦିନକ ପରେ ବଡ ପଦକ୍ଷେପ ଗ୍ରହଣ କରିଛି ବେଜିଂ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us