କନକ ବ୍ୟୁରୋ : ଭାରତ ଦ୍ୱାରା ପାକିସ୍ତାନ ଓ ପିଓକେ ଉପରେ ମିସାଇଲ ଆକ୍ରମଣର ଗୋଟିଏ ଦିନ ପରେ ପାକିସ୍ତାନ ଓ ଚୀନର ବୟାନ ଭିତରେ ଅନେକ ଫରକ ଦେଖିବାକୁ ମିଳିଛି । ବେଜିଂରେ ନିୟମିତ ସାମ୍ବାଦିକ ସମ୍ମିଳନୀ କ୍ରମରେ ଯେତେବେଳେ ସାମ୍ବାଦିକମାନେ ଚୀନର ବିଦେଶ ମନ୍ତ୍ରଣାଳୟକୁ ପଚାରିଥିଲେ କି, ଭାରତ ବିରୋଧରେ ପାକିସ୍ତାନ ଚୀନର ଯୁଦ୍ଧ ଜାହାଜ ବ୍ୟବହାର କରୁଛି । ଏହାର ଉତ୍ତରରେ ଚୀନ ବିଦେଶ ମନ୍ତ୍ରଣାଳୟ କହିଛି ଆମକୁ ଏ ବାବଦରେ ଜଣାନାହିଁ । 

Advertisment

ଚୀନ ବିଦେଶ ମନ୍ତ୍ରଣାଳୟର ଏଭଳି ଉତ୍ତର ଏବେ ପ୍ରଶ୍ନ ଘେରକୁ ଆସିଛି । କାରଣ ତାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ନ୍ୟାସନାଲ ଆସେମ୍ବିଲରେ ଦାବି କରିଥିଲେ କି, ଭାରତର ଯୁଦ୍ଧ ବିମାନକୁ ଖସାଇବାକୁ ଆମେ ଚୀନରୁ ମିଳିଥିବା ଯୁଦ୍ଧ ବିମାନ ବ୍ୟବହାର କରିଥିଲୁ । ଏନେଇ ପାକିସ୍ତାନ ଚୀନକୁ ଖବର ଦେଇଥିବା କଥା ମଧ୍ୟ ପାକ୍ ବୈଦେଶିକ ମନ୍ତ୍ରୀ କହିଥିଲେ । 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଚୀନର ଏହି ପ୍ରତିକ୍ରିୟା ପାକିସ୍ତାନର ପ୍ରତିକ୍ରିୟା ଠାରୁ ସମ୍ପୂର୍ଣ୍ଣ ଅଲଗା । ଚୀନର ଏଭଳି ଅନଭିଜ୍ଞ ବୟାନ ଏବେ ଅର୍ନ୍ତରାଷ୍ଟ୍ରୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କାରଣ ପାକିସ୍ତାନ ଦାବି କରିଥିଲା କି ଚୀନ ଦ୍ୱାରା ନିର୍ମାଣ କରାଯାଇଥିବା ଜେ-୧୦ ଯୁଦ୍ଧ ବିମାନ ଭାରତ ଉପରେ ଆକ୍ରମଣ କରିବାକୁ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣ ବେଳେ ଚୀନ ରାଜଦୂତ ସକାଳ ୪ଟା ପର୍ଯ୍ୟନ୍ତ ପାକିସ୍ତାନ ବିଦେଶ ମନ୍ତ୍ରଳଣାୟରେ ଥିଲେ । ଭାରତର ରାଫାଲ ସହ ଲଢେଇ କରିବାକୁ ପାକିସ୍ତାନ ଚୀନରୁ ଜେ-୧୦ ଯୁଦ୍ଧ ବିମାନ କିଣିଥିଲା ।