କନକ ବ୍ୟୁରୋ: ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ନିଜ ସେନାଙ୍କୁ ହଟାଇବାକୁ ଏବଂ ପୁଣିଥରେ ପାଟ୍ରୋଲିଂ ଆରମ୍ଭ କରିବାକୁ ୨୦୨୪ ଅକ୍ଟୋବର ୨୧ ତାରିଖରେ ଭାରତ – ଚୀନ ମଧ୍ୟରେ ଚୁକ୍ତି ହୋଇଥିଲା। ହେଲେ ଚୀନ ସୁଧୁରିବାର ନାଁ ନେଉନି। ଏଲଏସିରେ ପୁଣି ମିଲିଟାରୀ ଡ୍ରିଲ କରୁଥିବା ଜଣାପଡିଛି।
ଗୋଟେପଟେ ଦେଶ ଯେତେବେଳେ ସେନା ଦିବସ ପାଳନ ପ୍ରସ୍ତୁତିରେ ଲାଗିପଡିଛି, ଅନ୍ୟପଟେ ସୀମାରେ ଚୀନ ପୁଣି ନିଜ ଏକଚାଟିଆ ପ୍ରକୃତି ଦେଖାଇଲାଣି । ଆକଚୁଆଲ ଲାଇନ ଅଫ କଣ୍ଟ୍ରୋଲରେ ଚୀନର ସେନା ଡ୍ରିଲ ଆରମ୍ଭ କଲେଣି। ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନଜିଆଙ୍ଗ ମିଲଏିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ବରେ ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି । ଚୀନର ଏହି କମ୍ବାଟ ଡ୍ରିଲରେ ଯୁଦ୍ଧ ବାହାନ, ମାନବରହିତ ସିଷ୍ଟମ ଓ ଡ୍ରୋନ୍ ସହିତ ସେନାର ଉନ୍ନତମାନର ଯୁଦ୍ଧାସ୍ତ୍ରର ବ୍ୟବହାର କରାଯଉଥିବା ଜଣାପଡିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ୟ୍ୟକଳାପ ସମସ୍ତଙ୍କୁ ଅତିଷ୍ଠ କରିଛି।
ସୂଚନା ଅନୁସାରେ , ୨୦୨୪ ଅକ୍ଟୋବର ୨୧ ତାରିଖରେ ଉଭୟ ଦେଶ ନିଜ ନିଜର ସେନାକୁ ଏଲଏସିରୁ ପ୍ରତ୍ୟାହୃତ କରିନେବାକୁ ନିଷ୍ପତ୍ତି ହୋଇଥିଲା । ଏହି ଚୁକ୍ତି ୨୦୨୦ରେ ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବିବାଦର ଅନ୍ତ କରିବା ଉଦ୍ଦେଶ୍ୟରେ ହୋଇଥିଲା । ଏହି ଚୁକ୍ତି ପରେ ବି ଦୁଇ ଦେଶ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି । କଠିନ ପରିସ୍ଥିତି ମଧ୍ୟରେ ବି ଦୁଇ ଦେଶ ବହୁ ସଂଖ୍ୟାରେ ନିଜ ନିଜ ସେନାକୁ ମୁତୟନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)