କନକ ବ୍ୟୁରୋ: ବହୁରୂପୀ ବେଜିଂର ନୂଆ ଚାଲ । ଭାରତ-ପାକିସ୍ତାନ ଯୁଦ୍ଧକୁ ବନ୍ଦ କରିଥିବା ଚୀନ ଦାବି କରୁଥିବାବେଳ ଭାରତ ଏହାକୁ ଖଣ୍ଡନ କରିଛି । ଯୁଦ୍ଧ ବନ୍ଦ ପାଇଁ କୌଣସି ତୃତୀୟ ପକ୍ଷଙ୍କ କୌଣସି ଭୂମିକା ନଥିଲା ସଫା ସଫା କହିଛି ଭାରତ ।
ଯେଉଁ ଭାଷାରେ ଆମେରିକାର ମୁହଁ ଚୁପ କରିଥିଲା , ଠିକ ସେଭଳି କଡ଼ା ଶଦ୍ଧରେ ଚୀନକୁ ଶୁଣାଇଛି ଭାରତ । ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦରେ କୌଣସି ତୃତୀୟ ପକ୍ଷରେ ଭୂମିକା ନଥିବା ସଫା ସଫା କହିଛି ନୂଆଦିଲ୍ଲୀ । ନା ଆମେରିକା, ନା ଚୀନ, ଯୁଦ୍ଧରେ ବିରାମ କେବଳ ପାକିସ୍ତାନ ସହ ସିଧାସଳଖ ଆଲୋଚନାରେ ସମ୍ଭବ ହୋଇଥିବା ପୁଣି ଥରେ ଦୋହରାଇଛି ଭାରତ । ମଙ୍ଗଳବାର ଡ୍ରାଗନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ଓ୍ୱି ଦାବି କରିଥିଲେ ଯେ. ଭାରତ-ପାକିସ୍ତାନ, କମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପଛରେ ଚୀନର ହାତ ରହିଛି ।
ଅଧିକ ପଢ଼ନ୍ତୁ : ପୁଣି ଟାରିଫକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ବେଜିଂର ଜବାବ, ଆମେରିକାର କଟକଣାକୁ ଭୟ କରେନି ଚୀନ
ସବୁଠୁ ବଡ କଥା ହେଉଛି ଯୁଦ୍ଧ ସମୟରେ ପାକିସ୍ତାନକୁ ଚୀନ ସାହାଯ୍ୟ କରିଥିବା ପ୍ରମାଣ ବିଶ୍ବକୁ ଦେଇସାରିଛି ଭାରତ ବୈଷୟିକ, ପ୍ରତିରକ୍ଷା ସହାୟତା ସହ ଭାରତର ପ୍ରସ୍ତୁତି ବାବଦରେ ପାକକୁ ଟିକିନିକ ତଥ୍ୟ ଦେଇଥିଲା ବେଜିଂ । ଏହା ପରେ ବି ବର୍ତ୍ତମାନ ଯୁଦ୍ଧ ବନ୍ଦ ଦାବି ବେଜିଂର ଦୋମୁହାଁନୀତିକୁ ଦର୍ଶାଉଛି ।
ଅଧିକ ପଢ଼ନ୍ତୁ : ଚମକାଇଦେଲା ଚୀନ; ଏଆଇ ସହାୟତାରେ ବେଜିଂ ନିର୍ମାଣ କଲା ବୃହତ୍ ଡ୍ୟାମ୍
ପହଲଗାମ୍ ଆକ୍ରମଣ ପରେ ଭାରତ କରିଥିଲା ଏୟାରଷ୍ଚ୍ରାଇକ୍ । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିବା ପରେ ଉଭୟ ଦେଶର ଆଲୋଚନା ପରେ ଯୁଦ୍ଧ ବିରାମ ଲାଗିଥିଲା । ତେବେ ବିଶ୍ବ ଦରବାରରେ ନିଜର ଦବଦବା ଜାହିର କରିବାକୁ ଉଭୟ ଆମେରିକା-ଚୀନ ଯୁଦ୍ଧ ବନ୍ଦ କରଥିବା ମିଛ କହିବାକୁ ତିଳେ ହେଲେ ଦାବି ଦ୍ବିଧା ପ୍ରକାଶ କରୁନାହାଁନ୍ତି । ସେପଟେ ମିଛ ଦାବି କରି ଥକୁନି ଆମେରିକା । ଭାରତର ଖାରଜ ପରେ ଯୁଦ୍ଧ ବନ୍ଧ ଦାବିକୁ ଆମେରିକା ୧୧ଥର ଦୋହରାଇସାରିଲାଣି । ଆଉ ଏବେ ସମାନ ରାସ୍ତା ଆପଣାଇଛି ବେଜିଂ ।
Follow Us