କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିବା ପରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ବିଜୟ ହୋଇଛନ୍ତି । ଟ୍ରମ୍ପ ଆସିବା ପରେ ସବୁଠୁ ଅଧିକ ଚିନ୍ତାରେ ଅଛି ଚାଇନା । କାରଣ ଟ୍ରମ୍ପ ପୂର୍ବରୁ ଚୀନ ଉପରେ ବିଭିନ୍ନ ପ୍ରକାର ଶୁଳ୍କ ବୃଦ୍ଧି କରିବା ସହିତ କରୋନା ପାଇଁ ଚୀନକୁ ଦାୟୀ କରିଥିଲେ । ଏମିତିକି ତାଇୱାନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ବି ହୋଇଥିଲେ । ଏବେ ପୁଣି ଥରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ଶପଥ ନେବେ । ତେଣୁ ଏହା ପୂର୍ବରୁ ଆମେରିକାକୁ ଟକ୍କର ଦେବାକୁ ଚୀନ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି । 

Advertisment


ଆମେରିକା ଚାଇନା ଭିତରେ ବଢୁଛି ତିକ୍ତତା
ଟ୍ରମ୍ପଙ୍କୁ ନାଲିଆଖି ଦେଖାଇ ପାଇଁ ଜିନପିଙ୍ଗକ ତୟାରୀ
ଗୋଟିଏ ମିନିଟ୍‌ରେ ବନ୍ଧୁକର ବାହାରିବ ୪ ଲକ୍ଷ ଗୁଳି  !

ଚାଇନା ତିଆରି କରୁଛି ଅତ୍ୟାଧୁନିକ ବନ୍ଧୁକ
ହାଇପରସୋନିକ ମିଜାଇଲକୁ ବି ରୋକିପାରିବ

ପ୍ରତି ସମୟରେ ଚାଇନା ଏମିତି କିଛି କାମ କରେ ଯାହାକୁ ନେଇ ଚର୍ଚ୍ଚା ଚାଲେ । ଖାସ କରି ଆମେରିକାକୁ ପାନେ ଦେବା ଲାଗି ଚାଇନା ଅତ୍ୟାଧୁନିକ ଜ୍ଞାନକୌଶଳ ଲଗାଇ ବନ୍ଧୁକ ତିଆରି କରୁଥିବା ନେଇ ସୂଚନା ମିଳିଛି । ଚାଇନା ତିଆରି କରୁଥିବା ବନ୍ଧୁକରେ ଏକା ସାଙ୍ଗରେ ୪ ଲକ୍ଷରୁ ଅଧିକ ଗୁଳି ବାହାରିବାକୁ ଥିବା ବେଳେ ମିଜାଇଲକୁ ବି ରୋକିବାରେ ସଫଳ ହେବ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଏମିତି ସ୍ଥିତିରେ ଆମେରିକା ପାଇଁ ବିପଦ ହୋଇପାରେ । କାରଣ ଆମେରିକା ପାଖରେ ଥିବା ବନ୍ଧୁକରୁ ପ୍ରତି ମିନିଟ୍‌ରେ ମାତ୍ର ୪ ହଜାର ୫ ଶହ ରାଉଣ୍ଡ ଗୁଳି ବାହାରୁଥିବା ଜଣାପଡ଼ିଛି । 

ବନ୍ଧୁକ ତିଆରି କରି ଚିନ୍ତାରେ ଚାଇନା
ଏତେ ମାତ୍ରାରେ ଗଳି ଭର୍ତ୍ତି କରିବ କେମିତି

ବନ୍ଧୁକ ତିଆରି କରିବା ପରେ ଚିନ୍ତାରେ ଚାଇନା । କାରଣ ଗୋଟିଏ ମିନିଟ୍‌ରେ ଯଦି ଏତେ ସଂଖ୍ୟାରେ ଗୁଳି ବାହାରେ ତାହାଲେ ବନ୍ଧୁକରେ ଗୁଳି ପୁରାଇବାକୁ ବି ସମୟ ଲାଗିବ । ହେଲେ ଏନେଇ ଚୀନର ଅନୁସନ୍ଧାନକାରୀ ସଂସ୍ଥାର ବୈଜ୍ଞାନିକମାନେ ସମାଧାନର ରାସ୍ତା ବାହାର କରିଛନ୍ତି । ବନ୍ଧୁକରେ ଗୁଳି ଭର୍ତ୍ତି କରାଇବାକୁ ଏକ କଣ୍ଟେନର ତିଆରି କରାଯିବ, ତିଆରି ହେଉଥିବା ବ୍ୟାରେଲ୍‌ରେ ପୂର୍ବରୁ ଗୁଳି ଭର୍ତ୍ତି ହୋଇ ରହିଥିବ । ଫାୟାରିଂ ସମୟରେ ବ୍ୟାରେଲରୁ କଂଟେନର ଦେଇ ଗୁଳି ଫୁଟିବାରେ କୌଣସି ସମସ୍ୟା ରହିବନି । 

କେଉଁଠି ତିଆରି ହୋଇଛି ଏହି ବନ୍ଧୁକ

ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ବନ୍ଧୁକ ଉତ୍ତର ଚୀନ ବିଶ୍ବବିଦ୍ୟାଳୟର ଇଲେକ୍ଟ୍ରିକାଲ ଓ ଯାନ୍ତ୍ରିକ ବିଭାଗର ପ୍ରଫେସର ଏହାକୁ ନିର୍ମାଣ କରିଛନ୍ତି । କହିଛନ୍ତି, ବନ୍ଧୁକ ଚାଳନା ସମୟରେ ଗୁଳି ବାହାରିବାର ସ୍ପିଡ ଆଦୌ କମିବ ନାହିଁ । ଅଟୋମେଟିକ୍‌ ଗୁଳି ବନ୍ଧୁକରେ ଲୋଡ୍‌ ହୋଇ ଚାଲିବ । ଶତ୍ରୁଙ୍କୁ ସାମ୍ନା କରିବାରେ ଚୀନ ସେନାକୁ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି । 

ମାତ୍ର ୧୭.୫ ମିଲିସେକେଣ୍ଡରେ ଫାୟାରିଂ ହେବ

ଚାଇନାରେ ତିଆରି ହୋଇଥିବା ନୂଆ ବନ୍ଧୁକରେ ମାତ୍ର ୧୭.୫ ସେକେଣ୍ଡରେ ହିଁ ଗୁଳିବର୍ଷା ଆରମ୍ଭ ହେବ । ଆଉ ନିଜ ଲକ୍ଷରେ ଏକା ସାଙ୍ଗରେ ୪ ଲକ୍ଷ ୫୦ ହଜାର ରାଉଣ୍ଡ ଗୁଳି ବର୍ଷା କରିପାରିବ । ଯାହାଦ୍ବାରା ଶତ୍ରୁମାନେ ନିସ୍ତାର ପାଇବେ ନାହିଁ । 

କେବେ ଆସିଥିଲା ଖତରନାକ୍‌ ହତିଆର୍‌

ଚାଇନା ପୂର୍ବରୁ ଏମିତି ଭୟଙ୍କର ହତିଆର ଅଷ୍ଟ୍ରେଲିଆରେ ତିଆରି ହୋଇଥିବା ଜଣାପଡ଼ିଛି । ସେଠାରେ ଏହାର ନାଁ ମେଟାଲ୍‌ ଷ୍ଟର୍ମ ଥିଲା । ଏହା ତିଆରି ହେବା ପରେ ପାଖାପାଖି ୧୦ ଲକ୍ଷ ଗୁଳି ପ୍ରତି ରାଉଣ୍ଡରେ ଚଲାଇବାକୁ ସମର୍ଥ ରଖୁଥିଲା । ୨୦୦୬ରେ ଏହି ଟେକ୍ନୋଲୋଜିକୁ ପାଇବାକୁ ୧୦ କୋଟି ଆମେରିକା ଡଲାର ଦେଇଥିବା ଜଣାପଡ଼ିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏନେଇ ଯେବେ ଆମେରିକା ଖବର ପାଇଥିଲା ସେବେ ଅଷ୍ଟ୍ରେଲିଆ ସହ ଚୁକ୍ତି କରିବାକୁ ଚେଷ୍ଟା କରାଯିବା ପରେ ବି ଏହା ସମ୍ଭବ ହୋଇପାରିନଥିଲା । 

ଏଇ ତ ଗଲା ବନ୍ଧୁକ ତିଆରି ହେବାର କଥା । କିନ୍ତୁ ଚାଇନା କାହିଁକି ଏହାକୁ ନିର୍ମାଣ କରିବାରେ ଏତେ ଟଙ୍କା ଖର୍ଚ୍ଚ କରୁଥିଲା ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କୁହାଯାଉଛି ଆଗାମୀ ଦିନରେ ଆମେରିକାର ମୁକାବିଲା ଲାଗି ଚୀନ ଏମିତି କରୁଥିବା ଜଣାପଡ଼ିଛି । ଅବଶ୍ୟ ଏନେଇ ଚୀନ କିଛି ସ୍ପଷ୍ଟ କରିନାହିଁ, କେବଳ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।