କନକ ବ୍ୟୁରୋ: ଚୀନକୁ ନେଇ ଏବେ ଆମେରିକା ଟେନସନ୍‌ରେ । କାହିଁକିନା ଚୀନ ଏମିତି କିଛି ପ୍ଲାନ କରୁଛି ଯାହା ଆମେରିକାର ଚିନ୍ତା ବଢାଇଦେଇଛି । ଖାସ କରି ସେଟେଲାଇଟ୍‌ ଚିତ୍ରରୁ ଜଣାଯାଇଛି କି, ଚୀନ ନ୍ୟୁକ୍ଲିୟରର ଏମିତି ଏକ ପ୍ଲାଣ୍ଟ ତିଆରି କରୁଛି ଯାହା ଆମେରିକା ପାଖରେ ଥିଲା ପ୍ଲାଣ୍ଟଠୁ ପ୍ରାୟ ୫୦ ପ୍ରତିଶତ ବଡ଼ । ଯଦି ଚୀନ ଏମିତି କରିବାରେ ସଫଳ ହୁଏ ତାହାଲେ ବିଶ୍ବରେ ଚୀନର ଆଣବିକ ଶକ୍ତି ବଢିଯିବ, ଯାହା ଆମେରିକା ଲାଗି ଟେନସନ୍‌ର କାରଣ ହେବ । ତେଣୁ ଚୀନ ନୂଆ ପ୍ଲାଣ୍ଟ ନକରିବା ଟ୍ରମ୍ପଙ୍କ ଲାଗି ଲାଭଦାୟକ । ହେଲେ ଚୀନ ନିଜ ଦେଶର ଆଣିବିକ ଶକ୍ତି ବଢାଇବାକୁ ଚାହୁଁଛି, ତେଣୁ ଅନ୍ୟ ଦେଶର କଥା ଶୁଣିବ ନାହିଁ ବୋଲି କୁହାଯାଉଛି । 

Advertisment


ଚୀନ ପାଇଁ ଟେନସନ୍‌ରେ ଟ୍ରମ୍ପ
ଚୀନର ମେଗା ପ୍ରୋଜେକ୍ଟ, ଆମେରିକା ଲାଗି କାଳ
ସେଟେଲାଇଟ୍‌ରୁ ଧରାପଡ଼ିଲା ଚୀନର ଚାଲିକି

ଆମେରିକାକୁ ଚେକ୍‌ ଦେବାକୁ ଚୀନର ପ୍ଲାନ୍‌
ପୁଣି ଥରେ ମୁହାଁମୁହିଁ ହେବେ କି ଚୀନ-ଆମେରିକା
ଶପଥ ଉତ୍ସବରେ ଚୀନକୁ ନିମନ୍ତ୍ରଣ ମିଳିଥିଲା
ଏବେ ପରମାଣୁ ପାଇଁ ସମ୍ପର୍କରେ ପଡ଼ିପାରେ ଶୀଥିଳତା

ଉଭୟ ଆର୍ଥିକ ଓ ସାମରିକ କ୍ଷେତ୍ରରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ । ଅର୍ଥନୀତି ଓ ଟେକ୍ନୋଲୋଜି କ୍ଷେତ୍ରରେ ଲଗାତାର ସଫଳତା ପାଇବାରେ ଲାଗିଛି ଚୀନ । ହେଲେ ବି ଦେଶର ସୁରକ୍ଷାକୁ ବଢାଇବାକୁ ଜିନପିଙ୍କ ଏବେ ନୂଆ ନୂଆ ପ୍ଲାନ କରୁଛନ୍ତି । ଦେଶର ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ ହୋଇପାରେ ହେଲେ ଚୀନର ଦୋ ନମ୍ୱରୀ କାମ ଲାଗି ପୁରା ବିଶ୍ବର ଟେନସନ ଦ୍ବଗୁଣା ବଢୁଛି । ଖାସ କରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଲାଗି । ରାଷ୍ଟ୍ରପତି ହେବା ପରେ ଚୀନ ଉପରେ ବାଣିଜ୍ୟିକ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବା ନେଇ ଟ୍ରମ୍ପ ସ୍ପଷ୍ଟ ସଂକେତ ଦେଇଥିଲେ । ଯାହା ଉଭୟ ଦେଶର ସମ୍ପର୍କରେ ତିକ୍ତତା ବୃଦ୍ଧି କରିବ ବୋଲି କୁହାଯାଉଥିଲା ହେଲେ ଶପଥ ସମାରୋହକୁ ଜିନପିଙ୍ଗଙ୍କୁ ନିମନ୍ତ୍ରଣ ମିଳିବା ପରେ ଉଭୟ ଦେଶର ସମ୍ପର୍କ ଆଗାମୀ ଦିନରେ ମଜବୁତ ହେବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ପୁଣି ଚୀନର ଲୁଚାଛପା କାମ ଆମେରିକା ଲାଗି ଟେନସନ୍‌ର କାରଣ ହୋଇପାରେ । 

ଲେଜର ବେଶ ଟେକ୍ନୋଲୋଜିରେ
ଚୀନ ତିଆରି କରୁଛି ନ୍ୟୁକ୍ଲିୟର ପ୍ଲାଣ୍ଟ

ପୁରା ବିଶ୍ବରେ ନୂଆ ନୂଆ ଟେକ୍ନୋଲୋଜି ବିକାଶ କରିବାରେ ଚୀନ ଆଗରେ । ହେଲେ ନ୍ୟୁକ୍ଲିୟରକୁ ନେଇ ଯେଉଁ ମେଗା ପ୍ଲାନ କରୁଛି ଚୀନ ତାହା ଏବେ ସମସ୍ତଙ୍କ ଲାଗି ଟେନସନ୍‌ରେ । କାରଣ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହୋଇଗଲେ ଲେଜର ବ୍ଲାଷ୍ଟ କରିବାରେ ଚୀନ ବହୁ ଆଗରେ ରହିବ । ଖାଲି ଏତିକି ନୁହେଁ ବହୁମାତ୍ରାରେ ପରମାଣୁ ଶକ୍ତି ବି ଏଠାରେ ଉତ୍ପନ୍ନ ହେବ । ଚୀନ ଦକ୍ଷିଣ-ପଶ୍ଚିମ ଅଂଚଳରେ ଲେଜର ଆଣବିକ ରିସର୍ଚ୍ଚ ସେଣ୍ଟର ସ୍ଥାପନ କରୁଛି । ଉଦ୍ଦେଶ୍ୟ ରହିଛି, ପରମାଣୁ ଅସ୍ତ୍ରଶସ୍ତ୍ର ସହ ଆଣବିକ ଶକ୍ତି ଉତ୍ପନ୍ନ କରିବା । ଚୀନର ଏମିତି ଚାଲାକି କେବଳ ଆମେରିକା ନୁହେଁ ବରଂ ପୁରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୁହାଯାଉଛି କି, ଚୀନର ନୂଆ ଆଣବିକ ରିସର୍ଚ୍ଚ ସେଣ୍ଟର ଆମେରିକାର ଏନଆଇଏଫ୍‌ଠୁ ବି ବଡ଼ । ଏନଆଇଏଫ୍‌କୁ ତିଆରି କରିବାକୁ ୩. ୫ ବିଲିୟନ ଡଲାର ଅର୍ଥାତ୍‌ ୩୦ ହଜାର ୩୨୬ କୋଟି ଟଙ୍କା । ଚୀନ ତିଆରି କରୁଥିବା ଏହି ପ୍ରୋଜେକ୍ଟ ବିଶ୍ବର ସବୁଠାରୁ ବଡ଼ ପ୍ରୋଜେକ୍ଟ  ବୋଲି କୁହାଯାଉଛି । ଯଦି ଏଥିରେ ଚୀନକୁ ସଫଳତା ମିଳେ ତାହାଲେ ସାମରିକ କ୍ଷେତ୍ରରେ ବିଶ୍ବରେ ଆମେରିକାକୁ ଟପିଯିବ ଚାଇନା । 

ସିକ୍ରେଟ୍‌ ଖୋଲିଦେଲା ସେଟେଲାଇଟ୍‌

ଅନେକ ଦିନ ହେଲାଣି ଚୀନ ଏହି ମାଷ୍ଟ୍ରର ପ୍ରୋଜେକ୍ଟ ତିଆରି କରିବାରେ ଲାଗିଛି । ଏନେଇ କିନ୍ତୁ କାହା ପାଖରେ କିଛି ଖବର ନଥିଲା । ହେଲେ ସେଟେଲାଇଟ୍‌ରେ ଚିତ୍ର ଜଣାପଡ଼ିବା ପରେ ଆମେରିକା ଏନେଇ ସୁରାଗ ପାଇଯାଇଥିଲା । ଚିତ୍ରରୁ ସ୍ପଷ୍ଟ ହେଉଛି କି, ଆମେକରିକାର ଏନଆଇଏଫ୍‌ ପରି ଏହାର ଡିଜାଇନ୍‌ ରହିଛି । ୨୦୨୨ରେ ଆମେରିକା ଏହାର ନିର୍ମାଣ କରିଥିଲା ଏବଂ ସାମରିକ କ୍ଷେତ୍ରରେ ଆଗକୁ ବଢିଥିଲା । ବର୍ତ୍ତମାନ ସୁଦ୍ଧା ଆମେରିକା ବିଶ୍ବର ସବୁଠୁ ବଡ଼ ଆଣବିକ ରିସର୍ଚ୍ଚ ସେଣ୍ଟର ତାଲିକାରେ ନମ୍ୱର ୱାନରେ ରହିଛି। ହେଲେ ଚୀନ ଏହାକୁ ଖୁବଶୀଘ୍ର ଟପିଯାଇପାରେ ବୋଲି କୁହାଯାଉଛି । ତେବେ ଆମେରିକା ଏନେଇ କି ପଦକ୍ଷେପ ନେଉଛି ତାହା ସମୟ କହିବ ।