କନକ ବ୍ୟୁରୋ: ଚଳିତ ଏସିଆ କପ୍ ମହିଳା ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟରେ ଭାରତ ଆୟୋଜକ ଚୀନଠାରୁ ଶୋଚନୀୟ ଭାବେ ୧-୪ ଗୋଲ୍ରେ ପରାଜିତ ହୋଇଛି । ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଭାରତ ନିଜ ପ୍ରଥମ ସୁପର-୪ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ୪-୨ରେ ପରାସ୍ତ କରିଥିଲା । ତେବେ ଗୁରୁବାର ସେହି ସଫଳତା ଦୋହରାଇ ପାରି ନଥିଲା । ଚତୁର୍ଥ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିବା ଚୀନ ପୂରା ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣରେ ରଖିଥିଲା । ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ମୁମତାଜ୍ ଖାନ୍ ୩୮ତମ ମିନିଟ୍ରେ ଦେଇଥିଲେ ।
ଚୀନ ପକ୍ଷରୁ ଜୋ ମିରାଙ୍ଗ (୪ ଓ ୫୬ ମିନିଟ୍), ଚେନ୍ ୟାଙ୍ଗ (୩୧ ମିନିଟ୍), ତାନ୍ ଜିନଝୁଆଙ୍ଗ (୪୭ ମିନିଟ୍) ଭାରତକୁ ଗୋଲ୍ ଦେଇଥିଲେ । ଏହି ବିଜୟ ସହ ଚୀନ ଦୁଇଟି ମ୍ୟାଚ୍ରୁ ଦୁଇଟି ବିଜୟ ହାସଲ କରି ଫାଇନାଲ୍ର ନିକଟତର ହୋଇଛି । ଭାରତ ପାଇଁ ୧୩ ତାରିଖର ଜାପାନ ବିପକ୍ଷ ମ୍ୟାଚ୍ର ଗୁରୁତ୍ୱ ବଢ଼ିଯାଇଛି। ଭାରତ (୩ ପଏଣ୍ଟ୍) ଏବେ ଚୀନ (୬ ପଏଣ୍ଟ୍) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଗୁରୁବାରର ଅନ୍ୟଏକ ମ୍ୟାଚ୍ରେ ଜାପାନ-ଦକ୍ଷିଣ କୋରିଆ ପଏଣ୍ଟ୍ ବାଣ୍ଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/12/india-vs-china-women-2025-09-12-11-10-07.jpg)