ଲଦାଖ୍ ସୀମାରେ ଚୀନର ଦୌରାତ୍ମ୍ୟ ; ପାଙ୍ଗୟଙ୍ଗ ହ୍ରଦ ନିକଟରେ ସେନାର କ୍ୟାମ୍ପ

Advertisment

ଲଦାଖ ସୀମାରେ ଶକ୍ତି ବଢାଉଛି ଚୀନ । ମାକ୍ସାର ସାଟେହାଇଟରେ କଏଦ ଦୃଶ୍ୟ । ପାଙ୍ଗୟଙ୍ଗ ହ୍ରଦ ନିକଟରେ ସେନାର କ୍ୟାମ୍ପ ବସାଉଛି । ଜୁନ୍ ୨୦୨୦ରେ ଗଲୱାନ ଘାଟିରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ ।

ଲଦାଖ ସୀମାରେ ଶକ୍ତି ବଢାଉଛି ଚୀନ । ମାକ୍ସାର ସାଟେହାଇଟରେ କଏଦ ଦୃଶ୍ୟ । ପାଙ୍ଗୟଙ୍ଗ ହ୍ରଦ ନିକଟରେ ସେନାର କ୍ୟାମ୍ପ ବସାଉଛି । ଜୁନ୍ ୨୦୨୦ରେ ଗଲୱାନ ଘାଟିରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ ।

10ladakh

କନକ ବ୍ୟୁରୋ: ଭାରତ-ଚାଇନା ସୀମାରେ ଲାଗିରହିଥିବା ଉତ୍ତେଜନା ହ୍ରାସ ଲାଗି ଗୋଟିଏ ପଟେ ଚାଲିଛି କୂଟନୈତିକ ଉଦ୍ୟମ । ଏପଟେ ବେଜିଂ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ପାର୍ଶ୍ୱ ନିକଟରେ ବିଶାଳ ବସ୍ତି ନିର୍ମାଣ କରୁଥିବା ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି । ଏଥିରେ ନିର୍ମିତ ହୋଇଥିବା ଶତାଧିକ ବିଲ୍ଡିଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ । ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଯେଉଁ ସ୍ଥାନରେ ମୁହାଁମୁହିଁ ହୋଇଥିଲା, ତାହାଠାରୁ ୩୮ କିଲୋମିଟର ଦୂରରେ ଏହି ବସ୍ତି ନିର୍ମାଣ କରାଯାଉଥିବାରୁ ଏହାକୁ ଚାଇନା ସେନା ଆଗୁଆ ଘାଟି ଭାବେ ବ୍ୟବହାର କରିପାରେ । 
\

ବିଶ୍ୱର ସର୍ବୋଚ୍ଚ ଲୁଣିଜଳ ହ୍ରଦ ପାଙ୍ଗୋଙ୍ଗ ସୋ ଭାରତ ଦାବି କରୁଥିବା ଅଞ୍ଚଳ ବାହାରେ ଅବସ୍ଥିତ । ତେବେ ଭାରତ ଏବଂ ତିବ୍ବତ ମଧ୍ୟରେ ଅବସ୍ଥିତ ଏହି ଅଞ୍ଚଳକୁ ନେଇ ସୀମା ବିବାଦ ରହିଛି । ଗତ ୯ ତାରିଖରେ ଆମେରିକାର ମାକ୍ସାର ଟେକନୋଲୋଜି ଉକ୍ତ ଉକ୍ତ ଉପଗ୍ରହ ଚିତ୍ର ହାସଲ କରିଛି, ଯେଉଁଠି ପ୍ରାୟ ୧୭ ହେକ୍ଟର ଜମି ଉପରେ ନିର୍ମାଣ କାର୍ୟ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି । ସମୁଦ୍ର ପତ୍ତନଠାରୁ ୪,୩୪୭ ମିଟର ଉଚ୍ଚରେ ୟେମାଗୋଉ ରୋଡ୍‌ ନିକଟରେ ଉକ୍ତ ଅଞ୍ଚଳ ରହିଛି। ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ବହୁ ଉପକରଣ ସେଠାରେ ରହିଛି । ଆବାସିକ ଗୃହ ଏବଂ ବୃହତ୍‌ ପ୍ରଶାସନିକ ବିଲ୍ଡିଂ ସମେତ ଶତାଧିକ ଗୃହ ନିର୍ମାଣ ହେଉଥିବା ତକ୍ଷଶିଳା ଇନ୍‌ଷ୍ଟିଚ୍ୟୁଟ୍‌ର ଜିଓସ୍ପାଟିଆଲ ରିସର୍ଚ୍ଚ ପ୍ରୋଗ୍ରାମ ମୁଖ୍ୟ ପ୍ରଫେସର ଓ୍ବାଇ. ନିଥିୟାନନ୍ଦମ୍‌ କହିଛନ୍ତି । ଏହାର ଦକ୍ଷିଣପୂର୍ବ କୋଣରେ ୧୫୦ ମିଟର ଦୀର୍ଘ ଏକ ଆୟତ୍ତାକାର ସ୍ଥାନ ରହିଥିବାରୁ ଏହାକୁ ହେଲିକପ୍ଟର ଉଡ଼ାଣ ପାଇଁ ବ୍ୟବହାର କରାଯାଇପାରେ ବୋଲି ଅନୁମାନ କରାଯାଉଛି । ସାଟେଲାଇଟ୍‌ ଚିତ୍ର ଅନୁଧ୍ୟାନରୁ ଯାହା ଜଣାପଡ଼ୁଛି, ହ୍ରଦ ଆଡ଼କୁ ଯାଇଥିା ଗଡ଼ାଣିଆ ନଦୀଶଯ୍ୟାରେ ଗତ ଏପ୍ରିଲ ଆରମ୍ଭରୁ ଏହି ନର୍ମାଣ କାର୍ଯ୍ୟ ଚାଲୁ ରହିଛି।

ଭାରତ ସୀମା ନିକଟରେ ଚୀନର ନୂଆ ବସ୍ତି
ସାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି ଚୀନର ଚାଲ୍
ବିଶ୍ୱର ସର୍ବୋଚ୍ଚ ଲୁଣିଜଳ ହ୍ରଦ ପାଙ୍ଗୋଙ୍ଗ ସୋ ନିକଟରେ କରୁଛି ନିର୍ମାଣ
ଶତାଧିକ ବିଲ୍ଡିଂ ସାମରିକ କାର୍ୟ୍ୟ ପାଇଁ ନିର୍ମାଣ ହୋଇଛି
ପ୍ରାୟ ୧୭ ହେକ୍ଟର ଜମି ଉପରେ ନିର୍ମାଣ ହୋଇଛି ଏହି ବସ୍ତି
ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ବହୁ ଉପକରଣ ସେଠାରେ ରହିଛି
ଆବାସିକ ଗୃହ ଏବଂ ବୃହତ୍‌ ପ୍ରଶାସନିକ ବିଲ୍ଡିଂ ବି ନିର୍ମାଣ କରାଯାଉଛି
ହେଲିକପ୍ଟର ଉଡ଼ାଣ ପାଇଁ ହେଲିପ୍ୟାଡ୍ ନିର୍ମାଣ ହୋଇଛି
ଗତ ଏପ୍ରିଲ ଆରମ୍ଭରୁ ଏହି ନର୍ମାଣ କାର୍ଯ୍ୟ ଚାଲୁ ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe