ପୁଣି ଟାରିଫକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ବେଜିଂର ଜବାବ, ଆମେରିକାର କଟକଣାକୁ ଭୟ କରେନି ଚୀନ

ଦୁଇ ପକ୍ଷ ମଧ୍ୟରେ ଆର୍ଥିକ ଏବଂ ବାଣିଜ୍ୟ ଆଲୋଚନାର ବାତାବରଣକୁ ଗମ୍ଭୀର ଭାବରେ ଦୁର୍ବଳ କରିଛି ବୋଲି କହିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ । ସବୁବେଳେ ଉଚ୍ଚ ଶୁଳ୍କ ଲଗାଇବାକୁ ଧମକ ଦେଇ ଚୀନ୍‌ ଉପରେ ଜଟିଳ ଆଭିମୁଖ୍ୟ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବେଜିଂ କହିଛି । 

ଅଦ୍ୟତନ ହୋଇଛି
19

କନକ ବ୍ୟୁରୋ: ପୁଣି ଟାରଫିକୁ ନେଇ ମୁହାଁମୁହିଁ ଚୀନ-ଆମେରିକା । ଆମେରିକା ବେଜିଂ ଉପରେ  ଅତିରିକ୍ତ ୧୦୦ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଦୁଇ ଦେଶ ମୁହାଁମୁହିଁ ହୋଇଛି । ଯାହାକୁ ଆମେରିକାର ଦୋମୁହାଁ ନୀତି କହି ସମାଲୋଚନା କରିଛି ।  ଆମେରିକାର କୌଣସି  କଟକଣାକୁ ବେଜିଂ ଭୟ କରେ ନାହିଁ ବୋଲି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପୃଥିବୀର ବିରଳ ଖଣିଜ ପଦାର୍ଥ ଉପରେ ଚୀନ୍ ରପ୍ତାନି କଟକଣା ଲଗାଇବା ପରେ ଟ୍ରମ୍ପ ଅତିରିକ୍ତ ଟାରିଫ ଲଗାଇଛନ୍ତି । ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବୈଠକ ବାତିଲ କରିବାକୁ ମଧ୍ୟ ଧମକ ଦେଇଛନ୍ତି । ଏହି କାର୍ଯ୍ୟଗୁଡ଼ିକ... ଚୀନ୍‌ର ସ୍ୱାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି । ଏବଂ ଦୁଇ ପକ୍ଷ ମଧ୍ୟରେ ଆର୍ଥିକ ଏବଂ ବାଣିଜ୍ୟ ଆଲୋଚନାର ବାତାବରଣକୁ ଗମ୍ଭୀର ଭାବରେ ଦୁର୍ବଳ କରିଛି ବୋଲି କହିଛି ଚୀନର ବାଣିଜ୍ୟ ମନ୍ତ୍ରଣାଳୟ । ସବୁବେଳେ ଉଚ୍ଚ ଶୁଳ୍କ ଲଗାଇବାକୁ ଧମକ ଦେଇ ଚୀନ୍‌ ଉପରେ ଜଟିଳ ଆଭିମୁଖ୍ୟ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ବେଜିଂ କହିଛି । 

ଟାରଫିକୁ ନେଇ ପୁଣି ମୁହାଁମୁହିଁ ଚୀନ-ଆମେରିକା

‘ଆମେରିକାର କଟକଣାକୁ ବେଜିଂ ଭୟ କରୁନି’
ବେଜିଂ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଘୋଷଣା ନେଇ ବିବାଦ
ଏହାକୁ ଆମେରିକାର ଦୋମୁହାଁ ନୀତି କହି ସମାଲୋଚନା କରିଛି ଚୀନ
‘ଆମେରିକାର କୌଣସି  କଟକଣାକୁ ବେଜିଂ ଭୟ କରେ ନାହିଁ’
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆମେରିକାକୁ କଡା ଜବାବ
ବିରଳ ଖଣିଜ ପଦାର୍ଥ ଉପରେ ଚୀନ୍ ରପ୍ତାନି କଟକଣା ଲଗାଇବାକୁ ନେଇ ବିବାଦ
ଚଳିତ ମାସରେ ହେବାକୁ ଥିବା ଜିନପିଙ୍ଗଙ୍କ ସହ ବୈଠକ ବାତିଲ କରିବାକୁ ଟ୍ରମ୍ପଙ୍କ ଧମକ
‘ଆମେରିକାର ଏଭଳି କାର୍ଯ୍ୟ ଚୀନ୍‌ର ସ୍ୱାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି’
‘ଦୁଇ ଦେଶ ମଧ୍ୟରେ ଆର୍ଥିକ ଏବଂ ବାଣିଜ୍ୟ ଆଲୋଚନାର ଗମ୍ଭୀର ଭାବରେ ଦୁର୍ବଳ କରିଛି’
ସବୁବେଳେ ଉଚ୍ଚ ଶୁଳ୍କ ଲଗାଇବାକୁ ଧମକ ଦେବା ଠିକ୍ ନୁହେଁ ବୋଲି ବେଜିଂ କହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe