ଭୁଶୁଡିଲା ଚିମିନି ; ଗଲା ଶ୍ରମିକଙ୍କ ଜୀବନ, ୨ ଗୁରୁତର

 ଛତିଶଗଡ଼ ମୁଙ୍ଗେଲିରେ ବଡ଼ ଅଘଟଣ। ଫ୍ୟାକ୍ଟ୍ରିରେ ଭୁଶୁଡ଼ିଲା ଚିମିନି । ଜଣେ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ।  ଏବେ ବି ରେସକ୍ୟୁ ଅପରେସନ ଜାରି।

14ମମମ

କନକ ବ୍ୟୁରୋ: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଗୋଟିଏ ଷ୍ଟିଲ ପ୍ଲାଣ୍ଟର ସିଲୋ ଭୁଶୁଡ଼ି ପଡ଼ିଛି । କାମ ସମୟରେ ଏହା ଭୁଶୁଡ଼ି ପଡ଼ିଥିବାରୁ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ସିଲୋ ତଳେ ରହିଥିବା ଆଶଙ୍କା କରାଯାଉଛି । ସାରଗାଓଁ ଅଞ୍ଚଳରେ ଥିବା କୁସୁମ ଷ୍ଟିଲ ପ୍ଲାଣ୍ଟରେ କାମ ଚାଲୁଥିବା ବେଳେ ମଧ୍ୟାହ୍ନ ସମୟରେ ପୂରା ଘଟଣା ଘଟିଛି । ଘଟଣା ବେଳେ ସିଲୋ ନିକଟରେ ୮ରୁ ୧୦ ଜଣ ଶ୍ରମିକ କାମ କରୁଥିଲେ । ସିଲୋ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ସମସ୍ତେ ଚାପି ହୋଇ ରହିଯାଇଥିଲେ । ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ୟ୍ୟରେ ମେସିନ ମଧ୍ୟ ବ୍ୟବହାର କରାଯାଉଛି । ଧ୍ୱଂସାବଶେଷ ତଳକୁ ୨ ଜଣଙ୍କୁ ଉଦ୍ଧାର କରାଯାଇ ବିଳାସପୁରକୁ ଚିକିତ୍ସା ପାଇଁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe