କନକ ବ୍ୟୁରୋ : ଛତିଶଗଡ ମୁଙ୍ଗେଲି ସ୍ଥିତି ସରଗାଁ ନିକଟରେ ଥିବା ଏକ ଫ୍ୟାକ୍ଟ୍ରିରେ ଅଘଟଣ । କାରଖାନାରେ ଚିମିନି ଧସିବାରୁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କୁହାଯାଉଛି ଯେ ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଅତି କମରେ ୨୫ ହେବ। ଏହି ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି । ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି । ତେବେ ଲୁହାର ପାଇପ ତିଆରି କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।
ଛତିଶଗଡ ମୁଙ୍ଗେଲିରେ ବଡ଼ ଅଘଟଣ । ଭୁଶୁଡିଲା ଫ୍ୟାକ୍ଟ୍ର୍ରି ଚିମିନି । ଫଶି ରହିଛନ୍ତି ଅନେକ ଶ୍ରମିକ
ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କୁହାଯାଉଛି ଯେ ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଅତି କମରେ ୨୫ ହେବ। ଏହି ଦୁର୍ଘଟଣାରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି ।
/kanak/media/media_files/2025/01/09/CsW2JmoHFA8Ycnzik2IO.jpg)