ବଲାଙ୍ଗୀର  ପାଟଣା ଗଡ଼ରେ ଚିପ୍‌ସ ପ୍ୟାକେଟ ଖେଳନାରୁ ଶିଶୁର ଆଖି ନଷ୍ଟହେବା ଘଟଣା,  ଭୁଲ୍ ମାଗିଲେ କମ୍ପାନି କର୍ତ୍ତୃପକ୍ଷ

Advertisment

ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ ଖାଇବା ପରେ ଚୁଲି ନିଆଁକୁ ଖେଳନା ଫିଙ୍ଗି ଦେବାରୁ ବିସ୍ପୋରଣ ଘଟି ଆଖି ନଷ୍ଟ ହେବା ପରେ ଥାନାରେ କମ୍ପାନି ବିରୁଦ୍ଧରେ ମାମଲା ରୁଜୁ  ହୋଇଥିଲା  । 

ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ ଖାଇବା ପରେ ଚୁଲି ନିଆଁକୁ ଖେଳନା ଫିଙ୍ଗି ଦେବାରୁ ବିସ୍ପୋରଣ ଘଟି ଆଖି ନଷ୍ଟ ହେବା ପରେ ଥାନାରେ କମ୍ପାନି ବିରୁଦ୍ଧରେ ମାମଲା ରୁଜୁ  ହୋଇଥିଲା  । 

chips company

chips company Photograph: (KanakNews)

କନକ ବ୍ୟୁରୋ: କିଛି ଦିନ ତଳେ ପାଟଣାଗଡ଼ ସହର ନିକଟସ୍ଥ ଶଗଡ଼ ଘାଟ ଗ୍ରାମର ଲବ ହରପାଲ ଓ ଦ୍ରୌପଦୀ ହରପାଲଙ୍କ ଆଠ ବର୍ଷର ପୁଅ ଅଙ୍କେସ ହରପାଲ ଫନି କମ୍ପାନୀର ଲାଇଟ ହାଉସ ଟେଷ୍ଟି ସ୍ନାକ୍ସ ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ ଖାଇବା ପରେ ଚୁଲି ନିଆଁକୁ ଫିଙ୍ଗି ଦେବାରୁ ବିସ୍ପୋରଣ ଘଟି ଆଖି ନଷ୍ଟ ହୋଇଯାଇଥିଲା । ପରେ ପାଟଣାଗଡ଼ ଥାନାରେ କମ୍ପାନି ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା  । 

ଅଧିକ ପଢନ୍ତୁ: ଚିପ୍ସ ପ୍ୟାକେଟ୍ ଭିତରେ ଥିଲା କାଳ ; ଖେଳଣା ବ୍ଲାଷ୍ଟ ହୋଇ କୁନି ପୁଅର ଆଖି ହେଲା ନଷ୍ଟ

 ପାଟଣାଗଡ ପୋଲିସ ତଥା ପାଟଣାଗଡ଼ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ନେତୃତ୍ୱରେ କମ୍ପାନିକୁ ଚିଠି କରି ଜଣାଇବା ପରେ କମ୍ପାନି କତୃପକ୍ଷ ମନୋଜ କୁମାର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଭୁଲ ମାନିବା ସହ ଛୁଆର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବି ବୋଲି ପ୍ରତିଶ୍ରୁତି  ଦେଇଛନ୍ତି । ତେବେ ଚିକିତ୍ସା ଖର୍ଚ୍ଚ ବହନ କରିବାର ପ୍ରତିଶୃତି ଦେବା ପରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେବ ନା ଚୁପ ରହିବ ତାହା ଦେଖିବା ବାକି ରହିଛି ।

 ବାପା ଆଣି ଦେଇଥିଲା ଚିପ୍ସ ପ୍ୟାକେଟ୍ ପୁଅର ମୃତ୍ୟୁର କାରଣ ପାଲଟିବ ବୋଲି କିଏ ଜାଣିଥିଲା । ବାହୁନି ବାହୁନି କାନ୍ଦୁଥିଲା ମାଆ... ଏ ଧନ କୁଆଡ଼େ ଗଲୁ କହି ନାତିକୁ ଝୁରୁଥିଲା ଜେଜେମାଆ । ମନକୁ ବୁଝାଇ ପାରୁନି, ନାତି ଚାଲିଯାଇଛି ଅଫେରା ରାଇଜକୁ ।   


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe