କନକ ବ୍ୟୁରୋ: ରୋଫ୍ ଏବଂ ବିଜେବି ଏମ ଏ ଜେ ଏମସି ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ, ବୁଦ୍ଧ ବିହାର ରେ ରୋଫ ପାଠଶାଳାର କୁନି କୁନି ପିଲାମାନଙ୍କ ସହ ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି । ଏଥିରେ ୧୨୦ ଉର୍ଦ୍ଧ୍ବ ପିଲାମାନଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ପିତାମାତା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଆକ୍ସନ ଏଡ଼ ର ନ୍ୟାସନାଲ ପ୍ରୋଜେକ୍ଟ ଲିଡ଼ ଘାସିରାମ ପଣ୍ଡା ଏବଂ ଦିବ୍ୟାଙ୍ଗ ବିଶେଷଜ୍ଞ ଡକ୍ଟର ଅଦିତି ପଣ୍ଡା ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୁଦ୍ଧ ବିହାର ଆସୋସିଏସନର ସଭାପତି, ସମ୍ପାଦକଙ୍କ ଯୋଗ ଦେଇଥିଲେ ।
ପ୍ରଥମେ ବୃକ୍ଷ ରେ ଜଳ ଅର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ଅତିଥି ମାନେ ନିଜର ଅଭିଭାଷଣ ପ୍ରଦାନ କରିବା ପରେ ପିଲାମାନେ ପ୍ରସ୍ତୁତ କରିଥିବା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ପରେପରେ ଘାସିରାମ ପଣ୍ଡା ବାଲ୍ୟ ବିହାହ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସେହିପରି ଡକ୍ଟର ଅଦିତି ପଣ୍ଡା ମାଦକ ଦ୍ରବ୍ୟର ଅପବ୍ୟବହାର ଓ ଏହାର ପିଲାମାନଙ୍କ ଉପରେ କୁ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଫର ଅଧ୍ୟକ୍ଷ ଶ୍ରୀ ନିଶିକାନ୍ତ ତାରେଣିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେବି ଏମ ଏ ଜେ ଏମ ସି ଆଲୁମିନା ଆସୋସିଏସନ୍ ର ସଭାପତି ଦିଲ୍ଲୀପ ରାଉତ, ସାଧାରଣ ସମ୍ପାଦକ ଲିପୁନ କୁମାର ପରିଡ଼ା, ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡାଙ୍କ ସମେତ ରୋଫ ଏବଂ ବିଜେବି ଏମ ଏ ଜେ ଏମ ସି ଆଲୁମିନାର ଏକାଧିକ ସଦସ୍ୟ ଉପସ୍ଥିତ ଥିଲେ ।